Latest Odisha News

BREAKING NEWS

ନୋବେଲ ପୁରସ୍କାର ୨୦୨୩: କ୍ୱାଣ୍ଟମ ଡଟସର ଆବିଷ୍କାର ଓ ସିନ୍ଥେସିସ ପାଇଁ ୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ

ଷ୍ଟକହୋମ୍ : ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ୨୦୨୩ ପାଇଁ ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରାଯାଇଛି । ମାଉଙ୍ଗି ଜି. ବାୱେଣ୍ଡି, ଲୁଇସ ଇ. ବ୍ରୁସ ଓ ଆଲେକ୍ସି ଆଇ. ଏକିମୋଭଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପ୍ରଦାନ କରାଯିବ । କ୍ୱାଣ୍ଟମ ଡଟସର ଆବିଷ୍କାର ଓ ସିନ୍ଥେସିସ ପାଇଁ ଏହି ତିନି ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି ।

ଏହା ପୂର୍ବରୁ ଗତ ଅକ୍ଟୋବର ୨ ତାରିଖରେ ମେଡିସିନ କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା ।  ଚଳିତବର୍ଷ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଏହି ପୁରସ୍କାର ମିଳିବ  । କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ  ଏହି ଦୁଇ ବୈଜ୍ଞାନିକ ଗବେଷଣା କରିଥିଲେ  । ଯାହା ସଫଳ ହୋଇଥିଲା  । ଯେଉଁଥିଲାଗି ଉଭୟଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେହିପରି ଗତକାଲି ପଦାର୍ଥ ବିଜ୍ଞାନ ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା । ପିୟରି ଆଗୋଷ୍ଟିନି , ଫେରେନ୍ସ କ୍ରୁଜ୍ ଏବଂ ଆନେ ଏଲ୍ ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ସେମାନଙ୍କ ପରୀକ୍ଷାମୂଳକ ପ୍ରୟୋଗ ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା ।

ତେବେ ଆସନ୍ତା କାଲି ସାହିତ୍ୟ ବିଭାଗ, ଶୁକ୍ରବାର ଶାନ୍ତି ପାଇଁ ଓ ଅକ୍ଟୋବର ୯ ତାରିଖରେ ଅର୍ଥନୀତିରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବା ନେଇ ସୂଚନା ରହିଛି   ।

Leave A Reply

Your email address will not be published.