Latest Odisha News

BREAKING NEWS

ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସ୍ଥିତି ଦେଖି ଖୋଲାଯିବ ହୀରାକୁଦ ଗେଟ

ସମ୍ବଲପୁର: ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଆଗାମୀ ଚାରି ପାଞ୍ଚ ଦିନ ଯାଏ ରାଜ୍ୟରେ ବର୍ଷା ନାହିଁ କି ଉପରମୁଣ୍ଡ ଛତିଶଗଡରେ ମଧ୍ୟ ବର୍ଷା ନାହିଁ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୪ ଫୁଟ ରହିଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭାକ୍ତରଞ୍ଜନ ଦାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁନ୍ଦରଗଡ଼ ଓ ଝାରସୁଗୁଡାରେ ଭେଡେନ ଓ ଇବ ଅବବାହିକାରେ ବର୍ଷା ହୋଇଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଛି । ଏବେ ହୀରାକୁଦର ୬ଟି ଗେଟ ଖୋଲା ଅଛି । ସ୍ଥିତି ଦେଖି ଆଉ ଗେଟ ଖୋଲିବା କଥା ଚିନ୍ତା କରାଯିବ । ହେଲେ ବର୍ତ୍ତମାନ ଆଉ ଗେଟ ଖୋଲିବନି ଓ ହୀରାକୁଦ ପୁରା ସୁରକ୍ଷିତ ଅଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ସେପଟେ ବୈତରଣୀରେ ଏବେ ଜଳସ୍ତର ବଢିଛି । ସୁବର୍ଣ୍ଣରେଖା ଓ ବୁଢାବାଳଙ୍ଗ ବେସିନରେ ବର୍ଷା ହୋଇଛି । ମାତ୍ର କେଉଁଠି ଵି ଚିନ୍ତାଜନକ ସ୍ଥିତି ନାହିଁ । ତେବେ ଆଜି ହିଁ ପାଣି ଖସି ଯିବା ନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ।

 

Leave A Reply

Your email address will not be published.