Latest Odisha News

BREAKING NEWS

ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ଗିରଫ ଦାବି କଲା ବିଜେପି ଓ କଂଗ୍ରେସ

ଜଗତସିଂହପୁର: ଯେତେବେଳେ ମହିଳା ଥାନା ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେଡି ସେତେବେଳେ ବିଜେପି ମଧ୍ୟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କଂଗ୍ରେସ ମଧ୍ୟ ଗିରଫଦାରୀ ଦାବି କରିଛି।

ହାଇକୋର୍ଟଙ୍କ ହସ୍ତକ୍ଷେପ କରିବା ପରେ ଜଗତସିଂହପୁର ପୁଲିସ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଉଭୟ ବିରୋଧୀ ଦାବି କରିଛନ୍ତି। ବିଧାୟକ ବିଜୟ ଶଙ୍କର ଦାସଙ୍କ ଗିରଫ ଦାବିରେ ଜଗତସିଂହପୁରରେ ଉଭୟ ଦଳ ପୃଥକ ପୃଥକ ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦୁଇ ଦଳ।

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିଧାୟକଙ୍କ ବିରୋଧରେ ଜଗତସିଂହପୁର ଥାନାରେ ବିଭିନ୍ନ ଦଫା ଲାଗିଛି। ୭ ଦିନ ତଳେ ମହିଳା କଂଗ୍ରସର ସଦସ୍ୟମାନେ ଏସପିଙ୍କୁ ଭେଟି ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଳା କଂଗ୍ରେସ ପକ୍ଷରୁ ଏକ ରାଲି କରାଯାଇଥିଲା। ପୋଲିସ ତାଙ୍କୁ ଗିରଫ କରୁ ଏବଂ ଦଳ ତାଙ୍କୁ ବହିଷ୍କାର କରୁ ବୋଲି ଯୁବ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ଦାବି କରିଛନ୍ତି।

ସେହିପରି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଦୁଇ ଦିନ ମଧ୍ୟରେ ଗିରଫ କରା ନ ଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ନେତା ବିଭୁ ପ୍ରସାଦ ତରାଇ କହିଛନ୍ତି।

ସେପଟେ ତିର୍ତ୍ତୋଲ ବିଜେଡି ସଭାପତି ସୁମିତ ଦାସ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପକ୍ଷରେ କହିଛନ୍ତି, ଆମ ଦଳ ତଦନ୍ତକୁ ସମର୍ଥନ କରୁଛି। ଆମେ ମଧ୍ୟ ଏହାକୁ ସମର୍ଥନ କରୁଛୁ। ବିଧାୟକ ମଧ୍ୟ ତଦନ୍ତ ସପକ୍ଷରେ ଅଛନ୍ତି। ଆମକୁ ଫଳାଫଳ ଯାଏ ଅପେକ୍ଷା କରିବାକୁ ପଡ଼ିବ।

ଅପରପକ୍ଷରେ ଏନେଇ ବିଧାୟକ ବିଜୟ ଶଙ୍କର ଦାସ କହିଛନନ୍ତି, ସେ ଠିକ୍ ସମୟରେ ସବୁକିଛି କହିବେ। ଏବେ ସେ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁନାହାନ୍ତି।

ନିଜକୁ ବିଧାୟକଙ୍କ ବନ୍ଧୁ ବୋଲି ଦାବି କରୁଥିବା ସୋମାଲିକା ୨୦୨୨ ମେ ୧୩ ତାରିଖରେ ବିଜୟ ଶଙ୍କରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଜଗତସିଂହପୁର ପୁଲିସ ମାମଲା ରୁଜୁ ନ କରିବାରୁ ସେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଗତସିଂହପୁର ଆଇଆଇସି ଓ ଜିଲ୍ଲା ଏସପିଙ୍କ ବିରୋଧରେ ସେ ଅଭିଯୋଗ ଆଣିଥିଲେ। ଏହି ଆବେଦନର ଶୁଣାଣି କରି କୋର୍ଟ ଜଗତସିଂହପୁର ଆଇଆଇସିଙ୍କୁ ନିର୍ଦ୍ଦେଶ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ସହିତ ପୁଲିସକୁ ତା କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୋଲିସ ଫେବୃଆରୀ ୩ରେ ଏକ ମାମଲା ରୁଜୁ କରି ଧାରା ୧୬୧ ଏବଂ ୧୬୪ ସିଆରପିସି ଅନୁଯାୟୀ ସୋମାଲିକା ଦାଶଙ୍କ ବୟାନ ରେକର୍ଡ କରିଥିଲା।

 

 

Leave A Reply

Your email address will not be published.