Latest Odisha News

ପୁରୀ ସଂକଳ୍ପ ଯାତ୍ରା ପାଇଁ ୧୭ ଜଣିଆ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେବା ପରେ ଭକ୍ତ ଚରଣ ଦାସ ଭୁବନେଶ୍ୱରରୁ ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ସଂକଳ୍ପ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦ ଯାତ୍ରାକୁ ସୁ-ପରିଚାଳନା କରିବା ପାଇଁ ଏକ ୧୭ ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି ।

ଉକ୍ତ ସଂକଳ୍ପ ଯାତ୍ରା ଆସନ୍ତା ୧୮ ତାରିଖରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହେବ । ସମସ୍ତ ନେତା ଏବଂ ଦଳୀୟକର୍ମୀଙ୍କୁ ସଂକଳ୍ପ ପଦଯାତ୍ରାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ଅନୁରୋଧ କରିଛନ୍ତି ।

ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ରହିଥିବା ବେଳେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ, ସି ଏସ୍ ରାଜନ୍ ଏକ୍କା, କାଡ୍ରାକା ଆପଲା ସ୍ୱାମୀ, ଅଶୋକ କୁମାର ଦାସ, ଓଡ଼ିଶା ପ୍ରଦେଶ ସେବା ଦଳ ପୂର୍ବତନ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ସଭ୍ୟ ରହିଛନ୍ତି ।

Comments are closed.