Latest Odisha News

BREAKING NEWS

ଧରାପଡିଲେ ଆପାର୍ଟମେଣ୍ଟ ଲୁଟେରା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର: କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । ପୋଲିସର ନିଦ ହଜାଇଥିବା ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ୬ ରାଜ୍ୟରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍‌ ଲୁଟେରା ‌। ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍‌‌ କରି ଆତଙ୍କ ଖେଳାଇଥିଲେ ।

ସୂଚନା ଅନୁସାରେ, ୨୦୨୩ ଡିସେମ୍ବର ୨୩ରେ ନିରୁପମା ଆପାର୍ଟମେଣ୍ଟରୁ ୧୩ ଲକ୍ଷ ଟଙ୍କା ଚୋରି କରି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ । ରାଜ୍ୟ ବାହାରୁ ଆସି ସୁରକ୍ଷା ବ୍ୟବସ୍ଥା କମ ଥିବା ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟ୍‌‌ କରୁଥିବା ସୂଚନା ଦେଇଛି ପୋଲିସ । ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ନଗଦ ୨ଲକ୍ଷ ଟଙ୍କା, ମୋବାଇଲ ଫୋନ୍‌‌ ଏବଂ ଅପରାଧରେ ବ୍ୟବହୃତ ଗାଡି ଜବତ ହୋଇଛି। ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ ରୁ ଲୁଟ୍ କରିଛନ୍ତି ଏହି ଗ୍ୟାଙ୍ଗ। ଚନ୍ଦକା, ଇନ୍ଫୋସିଟି , ଭରତପୁର, ମାଞ୍ଚେଶ୍ୱର୍ ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ ଲୁଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ସିସିଟିଭିରୁ ମିଳିଥିବା ଭିଜୁଆଲ ଅନୁସାରେ କିଛି ଦିନ ତଳେ ସର୍ବସାଧାରଣରେ ଫଟୋ ଜାରି କରିଥିଲା କମିସନରେଟ ପୋଲିସ । ବିଭିନ୍ନ ଆପାର୍ଟମେଣ୍ଟରେ ଏହି ଲୁଟେରା ମାନଙ୍କ ପୋଷ୍ଟର ମାରିଥିଲା ପୋଲିସ । ତେବେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି ।

 

 

Leave A Reply

Your email address will not be published.