Latest Odisha News

BREAKING NEWS

ଆଜି ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସର ଯୁବନେତ୍ରୀ ତଥା ଉତ୍ତର ପ୍ରଦେଶ କଂଗ୍ରେସ (ଉତ୍ତର)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସ୍ୱାମୀଙ୍କ ସହିତ ଦିଲ୍ଲୀରେ ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ନୂଆଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସର୍ଦ୍ଦାର ପଟେଲ୍ ବିଦ୍ୟାଳୟଠାରେ ନିଜର ଭୋଟ ଦାନ କରିଛନ୍ତି । ନିଜର ମତଦାନ ସାବ୍ୟସ୍ତ କଲାପରେ ପ୍ରିୟଙ୍କା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହା ପ୍ରକୃତରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ, କାରଣ ଏହି ନିର୍ବାଚନରେ ଗଣତନ୍ତ୍ରର ରକ୍ଷା ଲାଗି ଆମେ ସମସ୍ତେ ଲଢେଇ କରୁଛୁ, ଏପରିକି ଆମର ଦେଶର ସୁରକ୍ଷା ଲାଗି ଆମେ ସମସ୍ତେ ଭୋଟଦାନ କରୁଛୁ । ଏହାକୁ ମନରେ ରଖି ମୁଁ ମୋର ମୂଲ୍ୟବାନ ଭୋଟ ଦେଇଛି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ଏଠାରେ ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀ ସମେତ ୬ଟି ରାଜ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି ଏବଂ ସେହି ରାଜ୍ୟ ଗୁଡ଼ିକ ହେଲା – ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଏବଂ ଝାଡ଼ଖଣ୍ଡ ରାଜ୍ୟ ।

ଏହି ୭ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଉତ୍ତର ପ୍ରଦେଶର ୧୪ଟି, ହରିୟାଣାର ୧୦ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୮ଟି, ପଶ୍ଚିମବଙ୍ଗରର ୮ଟି ଏବଂ ଦିଲ୍ଲୀର ୭ଟି ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଆସନ ଲାଗି ଭୋଟଗ୍ରହଣ ଆଜି ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.