Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ରବିବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଅଭିନେତା ସଲିଳ ମିତ୍ର ଏକ ଗାଡି ଯୋଗେ କଟକ ଅଭିମୁଖେ ଗସ୍ତ କରୁଥିବାବେଳେ ଦୁର୍ଭାଗ୍ୟବଶତଃ ଡ୍ରାଇଭର ଜଣକ ଗାଡିର ଭାରସାମ୍ୟ ହରାଇବାରୁ ଗାଡିଟି ଘଟଗାଁ କଲେଜ ସ୍କୋୟାର ନିକଟରେ ରାସ୍ତାକଡକୁ ଓଲଟି ପଡିଥିଲା ।

ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହୁରି ମଧ୍ୟ ସଲିଳଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ନେଇ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.