Latest Odisha News

BREAKING NEWS

କୋଟାରେ ବଢୁଛି ନିଟ୍ ଛାତ୍ରମୃତ୍ୟୁ; ବ୍ୟବସ୍ଥାରେ ସୁଧାର ଆଣନ୍ତୁ ସରକାର-ପ୍ରିୟଙ୍କା

କୋଟା: ରାଜସ୍ଥାନ କୋଟାରେ ନିଟ୍  ଛାତ୍ରଙ୍କ ଆତ୍ମହତ୍ୟା ବନ୍ଦ ହେବାର ନା ନେଉନି। ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା ସଂଖ୍ୟା । ଗତ ବୁଧବାର ଗୁଜୁରାଟର ଜଣେ ନିଟ୍  ଛାତ୍ର ଓ ଅସାମର ଜଣେ ଜେଇ ଛାତ୍ର ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୋଟିଏ ଦିନରେ ଦୁଇ ଜଣ ଛାତ୍ରଙ୍କ ଆତ୍ମହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଏହି ମାମଲାରେ କଂଗ୍ରେସ ସଂସଦ ପ୍ରିୟଙ୍କା ଗାନ୍ଧି ଚିନ୍ତା ପ୍ରକଟ କରି ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ରାଜସ୍ଥାନରେ ଗୋଟିଏ ଦିନରେ ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ଅତ୍ୟନ୍ତ ହୃଦୟ ବିଦାରକ ବିଷୟ। ୩ ସପ୍ତାହରେ ପ୍ରାୟ ୫ ଜଣ ଛାତ୍ର ଆତ୍ମହତ୍ୟା ଘଟଣା ବଡ ଚିନ୍ତାଜନକ ବ୍ୟାପାର ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ସାଂସଦ ପ୍ରିୟଙ୍କା ଗାନ୍ଧି ଆହୁରି ଲେଖିଛନ୍ତି, ଏପରି କାହିଁକି ହେଉଛି ଏ ସମ୍ପର୍କରେ ଶିକ୍ଷା ଅନୁଷ୍ଠାନ , ଅଭିଭାବକ ଓ ସରକାର ମିଳିତ ଭାବରେ ଆଲୋଚନା କରିବା ଦରକାର। ଦେଶ ପାଇଁ ସରକାର ଉଚିତ ପଦକ୍ଷେପ ନେବା ଦରକାର। ଛାତ୍ରର ମାନସିକ କ୍ଷମତା, ଶିକ୍ଷାକୁ ନେଇ ସରକାର କିଛି ସୁଧାର ଆଣିବାର ଆବଶ୍ୟକତା ରହିଛି।

ପୋଲିସ ସୂଚନା ମୁତବକ, ବୁଧବାର ସକାଳ ପ୍ରାୟ ୧୦.୦୦ ସମୟରେ ଗୁଜୁରାଟର ଅହମଦାବାଦର ନିଟ୍ ଛାତ୍ର ଅସଫା ଶେଖ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨୪ ବର୍ଷୀୟ ଅସଫା ପୂର୍ବରୁ କିଛି ଥର ମେଡ଼ିକାଲ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇନଥିଲେ।

ଅନ୍ୟପଟେ ଅସଫା ଶେଖ ମୃତ୍ୟୁର ପ୍ରାୟ ୨ ଘଣ୍ଟା ପରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସିଥିଲା। ପୋଲିସ ସୂଚନା ଅନୁଯାୟୀ, ଗୌହାଟିରେ ରହୁଥିବା ୧୮ ବର୍ଷୀୟ ଜେଇ ଆଶାୟୀ ଆତ୍ମହତ୍ୟା କରିଥିଲେ। ସେ ଗତ ସପ୍ତାହରେ ଜେଇ ମେନ୍ସ ପରୀକ୍ଷା ଦେଇଥିଲେ।

Comments are closed.