ଭୁବନେଶ୍ବର: ପାଣିରେ କାମ କରିବା ଦ୍ୱାରା ପାଦରେ ପାଣି ଖାଇବା ଭଳି ସମସ୍ୟା ଦେଖାଯାଏ । ସବୁ ଋତୁରେ ପାଦ ଫାଟିଥାଏ । ତେବେ ଏହି ସମସ୍ୟାକୁ ଘରୋଇ ଉପାୟରେ ଦୂର କରି ପାରିବେ । ଏଥିସହ ପାଦକୁ ସୁନ୍ଦର କରି ପାରିବେ ।
– ପାଦକୁ ସଫ୍ଟ କରିବା ପାଇଁ ଗ୍ଲିସେରିନ୍ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ। ଏକ ପାତ୍ରରେ ଦୁଇ ଚାମଚ ଗ୍ଲିସେରିନ୍ ନିଅନ୍ତୁ ଓ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରତିଦିନ ରାତିରେ ଗୋଡ଼ରେ ଲଗାନ୍ତୁ। ଗୋଡ ସଫା ହେବା ସହ କୋମଳ ରହିବ ଓ ପାଦର ଚର୍ମ ଶୁଷ୍କ ରହିବ ନାହିଁ ।
– ଚାଉଳ ଗୁଣ୍ଡ ଦ୍ବାରା ପାଦ ଫଟା କମ୍ ହୋଇପାରିବ । ଏଥିପାଇଁ ଏକ ପାତ୍ରରେ ୨ ଚାମଚ ଚାଉଳ ଗୁଣ୍ଡ , ମହୁ ଏବଂ ସେଓ ପେଷ୍ଟକୁ ଭିନେଗାର ସହ ମିଶେଇ ଦିଅନ୍ତୁ । ଏହାକୁ ପାଦ ଫାଟିଥିବା ସ୍ଥାନରେ ଲଗାଇ ୧୫-୨୦ ମିନିଟ ରଖନ୍ତୁ ଓ ପରେ ଧୋଇ ଦିଅନ୍ତୁ । ପାଦ ଫଟା କମିବା ସହ ସଫା ଏବଂ କୋମଳ ରହିବ ।
-ମହୁକୁ ପାଦରେ ଲଗାଇବା ଦ୍ୱାରା ପାଦ କୋମଳ ହୋଇଥାଏ । ଏହା ପ୍ରାକୃତିକ ମଶ୍ଚରାଇଜର ଭଳି କାମ କରେ । ତେବେ ଆପଣ ପାଣିରେ ମହୁ ମିଶାଇ ସେଥିରେ ପାଦକୁ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଶୁଖିଲା କପଡାରେ ଗୋଡ ପୋଛି ଦିଅନ୍ତୁ । ଦେଖିବେ ପାଦ ଫାଟିବାରୁ ମୁକ୍ତି ମିଳିବା ସହ ପାଦ କୋମଳ ରହିବ ।
Comments are closed.