Latest Odisha News

BREAKING NEWS

କଟକରୁ ପଞ୍ଚାନନ, ବେଗୁନିଆରୁ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପକ୍ଷରୁ ଲଢିବେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଏହି ଘୋଷିତ ତାଲିକା ଅନୁଯାୟୀ, ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ ମାନସ ଜେନା ନିର୍ବାଚନ ଲଢିବେ । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କଟକ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜେପିର ପ୍ରକାଶ ମିଶ୍ର ଏବଂ ବିଜେଡ଼ିର ବରିଷ୍ଠ ନେତା ଭର୍ତ୍ତୃହରି ମହତାବଙ୍କ ସହିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

କଂଗ୍ରେସ ପକ୍ଷରୁ ଘୋଷିତ ୯ଟି ବିଧାନସଭା ଆସନ ପ୍ରାର୍ଥୀ ତାଲିକା
୧ – ମାନସ ଦାସ ପଟ୍ଟନାୟକ – ବାଲେଶ୍ୱର
୨ – ସ୍ମୃତିରେଖା ପହି – ଧର୍ମଶାଳା
୩ – ସନ୍ତୋଷ କୁମାର ନନ୍ଦ – ଯାଜପୁର
୪ – ତ୍ରୀନାଥ ବେହେରା – ହିନ୍ଦୋଳ
୫ – ଭବାନୀ ଶଙ୍କର ମହାପାତ୍ର – କାମାକ୍ଷାନଗର
୬ – ବବି ମହାନ୍ତି – ବଡ଼ମ୍ବା
୭ – ଅରିନ୍ଦମ ସରକେଲ – ପାରାଦ୍ୱୀପ
୮ – ଯୁଧିଷ୍ଠିର ସାମନ୍ତରାୟ – ପିପିଲି
୯ – ପୃଥିବୀ ବଲ୍ଲଭ ପଟ୍ଟନାୟକ – ବେଗୁନିଆ

କଂଗ୍ରେସ ପକ୍ଷରୁ ଘୋଷିତ ୨ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା
୧ – କଟକ – ପଞ୍ଚାନନ କାନୁନଗୋ
୨ – ଯାଜପୁର – ମାନସ ଜେନା

କଂଗ୍ରେସ ପକ୍ଷରୁ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ଏଯାଏଁ ୧୭ଟି ଆସନର ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨୩ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।

Leave A Reply

Your email address will not be published.