Latest Odisha News

ଖତୋରୋ କେ ଖିଲାଡ଼ିରେ ନଜର ଆସିବେ ଛୋଟ ପରଦାର ହିଟ୍ ଯୋଡ଼ି

ମୁମ୍ବାଇ: ରୋହିତ ଶେଟ୍ଟୀ ତାଙ୍କ ରିଅଲିଟି ଶୋ’ ଖତୋରୋ କେ ଖିଲାଡି ପାଇଁ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି । ପ୍ରଶଂସକମାନେ ଉତ୍ସାହର ସହିତ ଖତୋରୋ କେ ଖିଲାଡି ସିଜିନ ୧୩ କୁ ଅପେକ୍ଷା କରିଛନ୍ତି । ଛୋଟପରଦାରେ ଏହା ସବୁଠାରୁ ଲୋକପ୍ରିୟ ରିଅଲିଟି ଶୋ । ବିଗ୍ ବସ୍ ପରି ଏହି ଶୋ’ର ନିଜସ୍ୱ ଦର୍ଶକ ମଧ୍ୟ ଅଛନ୍ତି । ଖୁସିର କଥା ଏହି ଶୋରେ ଏବେ ଛୋଟପରଦାର ହିଟ୍ ଯୋଡ଼ି ସାମିଲ ହେବାକୁ ଯାଉଛନ୍ତି । ସେମାନେ ହେଲେ ଧାରାବାହିକ ‘ରିସ୍ତା କ୍ୟା କେହଲତା ହୈ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ମୋହସିନ୍ ଖାନ୍ ଓ ଛୋଟ ପରଦାର ପ୍ରିୟ ବୋହୁ ଏରିକା ଫର୍ଣ୍ଣାଣ୍ଡିସ୍ ।

ଏହି ଶୋର ସିଜିନ୍ ୧୨ ପାଇଁ ମଧ୍ୟ ଏହି ହିଟ୍ ଯୋଡ଼ିଙ୍କୁ ଅଫର ଦିଆଯାଇଥଲା । ହେଲେ ସେମାନେ ଏହି ଶୋକୁ ଆସିବାକୁ ସିଧାସଳଖ ମନା କରିଦେଇଥିଲେ । କିନ୍ତୁ ସିଜିନ୍ ୧୩ରେ ଏହି ଯୋଡ଼ି ନଜର ଆସିବେ । ଆସନ୍ତା ମେ ମାସରେ ଦକ୍ଷିଣ ଆଫ୍ରିକାରେ ଏହାର ସୁଟିଂ ଆରମ୍ଭ ହେବ । ଜୁଲାଇ ୧୭ରୁ ଏହା ପ୍ରସାରଣ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.