ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ବିମୁଦ୍ରାକରଣ, ବେକାରୀ ସମସ୍ୟା, ଚଳିତ ବର୍ଷ ବଜେଟ ଅଧିବେସନକୁ ନେଇ ମଧ୍ୟ ବିଜେପିକୁ ଘେରିଛନ୍ତି ରାହୁଲ ।
ଦିଲ୍ଲୀ ଜଙ୍ଗାପୁରରେ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ବିଜେପି ସବୁକିଛି ବିକି ଦେବାରେ ଲାଗିପଡ଼ିଛି, କେତେବେଳେ ତାଜମହଲକୁ ମଧ୍ୟ ବିକ୍ରି କରିଦେବ । ଏପରିକି ରାହୁଲ ତାଙ୍କ ବୟାନରେ କହିଛନ୍ତି ବିଜେପି ନେତା ଦେଶଭକ୍ତିର କଥା କହୁଛନ୍ତି, ସକାଳେ ସଂନ୍ଧ୍ୟାରେ ପାକିସ୍ତାନ ପାକିସ୍ତାନ ନାରା ଲଗାଉଛନ୍ତି । ହେଲେ ତାଙ୍କୁ ବିଜେପିର ଏଭଳି ନେତା ଦେଖେଇ ଦିଅ ଯିଏ ପାକିସ୍ତାନ ଯାଇ ହିନ୍ଦୁସ୍ତାନର ନାରା ଲଗାଇବାର ଦମ୍ ରଖିପାରିବେ । ବିଜେପି ହେଉ କି ଆପ ଏଠାରେ କାମ ହୁଏନି, ହୁଏତ କେବଳ ପ୍ରଚାରପ୍ରସାର । ୨୪ ଘଂଟାରେ ଆପଣମାନଙ୍କ ଟଙ୍କା ନେଇ ତାଙ୍କ ପ୍ରଚାର ଆପଣମାନଙ୍କୁ ଦେଖାଉଥିବା କହିଛନ୍ତି ରାହୁଲ ।
୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶୃତି ରଖିଥିଲେ ହେଲେ ମିଳିଲାନି । ଦିଲ୍ଲୀରେ କେଜ୍ରିୱାଲ ବେକାରୀ ସମସ୍ୟା ଦୂର କରିବା ପାଇଁ କ’ଣ କରିଛନ୍ତି ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଥିଲେ । ଏହା ସହ ଦେଶରେ ବିମୁଦ୍ରାକରଣ କେଉଁ ସରକାର ସମୟରେ ଲାଗିଥିଲା ବୋଲି ରାହୁଲ ଜନତାଙ୍କୁ କହିଛନ୍ତି । ଏପରିକି ଦେଶରେ ଗବ୍ୱର ସିଂହ ଟ୍ୟାକ୍ସ କିଏ ଲଗାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ସେ କହିବାକୁ ପ୍ରସ୍ତୁତ ନୁହଁନ୍ତି କି ସେ କେତେ ଯୁବକଙ୍କୁ ଚାକିରୀ ଦେଇଛନ୍ତି । ୩ ଘଂଟାର ବଜେଟ ଭାଷଣରେ ନାଁ ଯୁବକଙ୍କ ପାଇଁ କିଛି ଅଛି ନାଁ ଚାଷୀଙ୍କ ପାଇଁ । ମେକ ଇନ ଇଣ୍ଡିଆକୁ ନେଇ ମଧ୍ୟ କେନ୍ଦ୍ରକୁ କଟାକ୍ଷ କରିଛନ୍ତି ରାହୁଲ ।
BREAKING NEWS
- Fresh Kuki-Naga clashes:ମଣିପୁରରେ ପୁଣି ହିଂସା; ୯ ଜଣଙ୍କ ମୃତ୍ୟୁ, ଶାନ୍ତି ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
- ସିଜେଆଇଙ୍କୁ ଭେଟିବେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବେ; ଖଡ଼ଗେ କହିଲେ – ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି
- ବଲିଉଡର ସେହେନସା; ବିଗ୍ ବି’ଙ୍କ ନାଁରେ ରହିଛି ଏସବୁ ରେକର୍ଡ…
- CJP on Detentions: ‘ଜନତାଙ୍କ ଉପରେ ଖାକିର ଚାପ…ନିଜ ନାଗରିକଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ!’, ମୁକୁଳିବା ପରେ ସରକାରଙ୍କୁ ଘେରିଲେ CJP ନେତା
- Major Flood Hits Nepal: ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା! ଘର, ପୋଲ, ବେସ୍ କ୍ୟାମ୍ପକୁ ଭସାଇ ନେଲା ବୁଢ଼ୀ ଗଣ୍ଡକୀର ପ୍ରଖର ସ୍ରୋତ
- ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା;ଚେକିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ
- ଛାତ୍ର ସଂସଦ ନିର୍ବାଚନ; ମଇଦାନରେ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬୭୦୮ ପ୍ରାର୍ଥୀ…
- ୮୪ ବର୍ଷରେ ବିଗ୍ ବି; କେବିସିରେ ଜନ୍ମଦିନ ସେଲିବ୍ରେଟ କଲେ ମାଧୁରୀ…
- SC on CJP Protest: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ଚାଲୁ କର…CJP ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ଦିଲ୍ଲୀରେ ମୁକ୍ତ ହେଲେ ୩ CJP ନେତା, ରହିଛି ଏହି ସର୍ତ୍ତ…

Comments are closed.