ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ବିମୁଦ୍ରାକରଣ, ବେକାରୀ ସମସ୍ୟା, ଚଳିତ ବର୍ଷ ବଜେଟ ଅଧିବେସନକୁ ନେଇ ମଧ୍ୟ ବିଜେପିକୁ ଘେରିଛନ୍ତି ରାହୁଲ । ଦିଲ୍ଲୀ ଜଙ୍ଗାପୁରରେ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ବିଜେପି ସବୁକିଛି ବିକି ଦେବାରେ ଲାଗିପଡ଼ିଛି, କେତେବେଳେ ତାଜମହଲକୁ ମଧ୍ୟ ବିକ୍ରି କରିଦେବ । ଏପରିକି ରାହୁଲ ତାଙ୍କ ବୟାନରେ କହିଛନ୍ତି ବିଜେପି ନେତା ଦେଶଭକ୍ତିର କଥା କହୁଛନ୍ତି, ସକାଳେ ସଂନ୍ଧ୍ୟାରେ ପାକିସ୍ତାନ ପାକିସ୍ତାନ ନାରା ଲଗାଉଛନ୍ତି । ହେଲେ ତାଙ୍କୁ ବିଜେପିର ଏଭଳି ନେତା ଦେଖେଇ ଦିଅ ଯିଏ ପାକିସ୍ତାନ ଯାଇ ହିନ୍ଦୁସ୍ତାନର ନାରା ଲଗାଇବାର ଦମ୍ ରଖିପାରିବେ । ବିଜେପି ହେଉ କି ଆପ ଏଠାରେ କାମ ହୁଏନି, ହୁଏତ କେବଳ ପ୍ରଚାରପ୍ରସାର । ୨୪ ଘଂଟାରେ ଆପଣମାନଙ୍କ ଟଙ୍କା ନେଇ ତାଙ୍କ ପ୍ରଚାର ଆପଣମାନଙ୍କୁ ଦେଖାଉଥିବା କହିଛନ୍ତି ରାହୁଲ ।
୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶୃତି ରଖିଥିଲେ ହେଲେ ମିଳିଲାନି । ଦିଲ୍ଲୀରେ କେଜ୍ରିୱାଲ ବେକାରୀ ସମସ୍ୟା ଦୂର କରିବା ପାଇଁ କ’ଣ କରିଛନ୍ତି ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଥିଲେ । ଏହା ସହ ଦେଶରେ ବିମୁଦ୍ରାକରଣ କେଉଁ ସରକାର ସମୟରେ ଲାଗିଥିଲା ବୋଲି ରାହୁଲ ଜନତାଙ୍କୁ କହିଛନ୍ତି । ଏପରିକି ଦେଶରେ ଗବ୍ୱର ସିଂହ ଟ୍ୟାକ୍ସ କିଏ ଲଗାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ସେ କହିବାକୁ ପ୍ରସ୍ତୁତ ନୁହଁନ୍ତି କି ସେ କେତେ ଯୁବକଙ୍କୁ ଚାକିରୀ ଦେଇଛନ୍ତି । ୩ ଘଂଟାର ବଜେଟ ଭାଷଣରେ ନାଁ ଯୁବକଙ୍କ ପାଇଁ କିଛି ଅଛି ନାଁ ଚାଷୀଙ୍କ ପାଇଁ । ମେକ ଇନ ଇଣ୍ଡିଆକୁ ନେଇ ମଧ୍ୟ କେନ୍ଦ୍ରକୁ କଟାକ୍ଷ କରିଛନ୍ତି ରାହୁଲ ।
BREAKING NEWS
- ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’
- ସି-ଭିଜିଲ୍ ଆପ୍ରେ ହେଲା ୭୯ ହଜାରରୁ ଅଧିକ ଅଭିଯୋଗ, ୯୯ ପ୍ରତିଶତ ହେଲା ସମାଧାନ: ନିର୍ବାଚନ ଆୟୋଗ
- ‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’
- ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର, ୭୦ ହଜାର ଛୁଇଁଲା
- ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ
- ଆପଣଙ୍କ ପାଖକୁ ଆସୁଛି କି ଦୂରସଞ୍ଚାର ବିଭାଗର ନାଁରେ ଧମକପୂର୍ଣ୍ଣ କଲ, ଜାଣନ୍ତୁ ସରକାରଙ୍କ ମାର୍ଗଦର୍ଶିକା
- ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ ପତ୍ନୀ
- ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା
- ପୁରୀରେ ଅସମ୍ଭାଳ ଭିଡ଼; ପଶ୍ଚିମଦ୍ୱାରରେ ଲମ୍ବା ଲାଇନ୍, ତାତିରେ କଲବଲ ଭକ୍ତ
- ଏତିକି ବେଳୁ ଜଳିଲାଣି ପୁରା ଓଡିଶା, ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ମୁହାଁ