ନୂଆଦିଲ୍ଲୀ: ଆମେରିକାର ନାଗରିକତ୍ଵ ପାଇବା ପାଇଁ ପ୍ରତିବର୍ଷ ଅନେକ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଆମେରିକା ନାଗରିକତ୍ୱ ଛାଡି ନିଜ ଦେଶକୁ ଆସିଯାଆନ୍ତ । ଆଜି ଆମେ ଆପଣଙ୍କୁ ଏପରି ଜଣେ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମେରିକାର ନାଗରିକତ୍ୱ ଛାଡି ନିଜ ଦେଶକୁ ଆସି ଦେଶକୁ ଗୌରବାନ୍ଵିତ କରିଛନ୍ତି ଏବଂ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କର ପ୍ରଶଂସକ ପାଲଟି ଯାଇଛନ୍ତି ।
ବାସ୍ତବରେ ତାରା ପ୍ରସାଦ ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାରାଙ୍କୁ ସ୍କେଟିଂ କୁଇନ୍ ମଧ୍ୟ କୁହାଯାଏ । ଆନନ୍ଦ ମହିନ୍ଦ୍ରା ମଧ୍ୟ ତାରାଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏହି ସ୍କେଟିଂ ରାଣୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଏଥିସହ ସେ ପୋଷ୍ଟରେ, ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସରେ ମଧ୍ୟ ତାଙ୍କର ସଫଳତା କାମନା କରିଛନ୍ତି ।
Hadn’t heard about Tara Prasad’s accomplishments till a friend recently sent me this clip.
Apparently Tara switched her U.S citizenship to an Indian one in 2019 and has since been our national skating champ three times.
Well done, Tara. I hope you are in the vanguard of… pic.twitter.com/GK4iL4VrVh
— anand mahindra (@anandmahindra) March 11, 2025
ତାର ପ୍ରସାଦ ଜଣେ ଭାରତୀୟ-ଆମେରିକୀୟ ଫିଗର ସ୍କେଟର ;ଯିଏ ତାଙ୍କ ଆମେରିକାର ନାଗରିକତ୍ୱ ତ୍ୟାଗ କରି ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି । ଯାହା ଦ୍ବାରା ସେ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିପାରୁଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି । ଭାରତୀୟ ନାଗରିକତ୍ୱ ଗ୍ରହଣ କରିବା ପରେ ତାରା ଭାରତ ପାଇଁ ଆନ୍ତର୍ଜାତୀୟ ଫିଗର ସ୍କେଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ ଆରମ୍ଭ କରିଥିଲେ। ତାଙ୍କର ଏହି ପଦକ୍ଷେପକୁ ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଦେଶପ୍ରେମକୁ ପ୍ରଶଂସା କରିଛନ୍ତି ।
ତାରାଙ୍କ ସଫଳତା ମଧ୍ୟରେ ଗତ ବର୍ଷର ରେକଜାଭିକ୍ ଇଣ୍ଟରନ୍ୟାସନାଲ୍ ଏବଂ ୨୦୨୪ ସ୍କେଟ୍ ସେଲଜେ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ । ଏହା ବ୍ୟତୀତ ସେ ୨୦୨୨, ୨୦୨୩ ଏବଂ ୨୦୨୫ ବର୍ଷରେ ତିନିଥର ଭାରତୀୟ ଜାତୀୟ ଚାମ୍ପିଅନସିପ୍ ଜିତିଛନ୍ତି ।
ତାରା ମାତ୍ର ସାତ ବର୍ଷ ବୟସରେ ଫିଗର ସ୍କେଟିଂ ଯାତ୍ରା ଆରମ୍ଭ କରିଥିଲେ । ସେ ପୂର୍ବରୁ ଘରୋଇ ପ୍ରତିଯୋଗିତାରେ ଆମେରିକା ପାଇଁ ଅଂଶଗ୍ରହଣ କରୁଥିଲେ। ୨୦୨୦ ମସିହାରୁ ସେ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା ଆରମ୍ଭ କରିଛନ୍ତି ।
Comments are closed.