Latest Odisha News

BREAKING NEWS

୫ମ ଶ୍ରେଣୀ ଛାତ୍ରଙ୍କ ପାଇଁ ଅଙ୍କ ପ୍ରଶ୍ନ..ପଢିଲେ ମଥା ଘୂରିଯିବ

ନୂଆଦିଲ୍ଲୀ:ଆଜିକାଲି ପିଲାମାନେ ଖୁବ ଚାଲାକ ଏବଂ ସ୍ମାର୍ଟ ବି । କିଛି କିଛି ପିଲା ଏତେ ବୁଦ୍ଧିଆ ଯେ ସେମାନଙ୍କ ବୁଦ୍ଧି ପାଖରେ  ବଡ ବଡ ଲୋକମାନେ  ବି ଫେଲ ମାରିଯିବେ । ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ୫ମ ଶ୍ରେଣୀ ପିଲାଙ୍କର ଏକ ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ଏଥିରେ ଏମିତି ପ୍ରଶ୍ନ ପଚରା ଯାଇଛି ଯାହା ବଡ ଲୋକଙ୍କ ମୁଣ୍ଡ ବି ଘାବରେଇ ଯାଉଛି । ସୋସିଆଲ ମିଡିଆରେ ୟୁଜର୍ସମାନେ ଏହାର ଉତ୍ତର ଦେବାକୁ ଚେଷ୍ଟା କରୁଛନ୍ତି । ହେଲେ ସଠିକ ଉତ୍ତର ବହୁତ କମ ଲୋକ ଦେଇ ପାରୁଛନ୍ତି ।

୧୦ରୁ ୧୧ ବର୍ଷର ବୟସର ଛାତ୍ରଙ୍କ ପାଇଁ ଗଣିତ ପ୍ରଶ୍ନ ପତ୍ରରେ ଥିଲା ଏମିତି ପ୍ରଶ୍ନ । ପ୍ରଶ୍ନଟି ଥିଲା ଏମିିତି..

‘କ୍ଲେନ ସୋମବାର ଦିନ ଏକ ବହିର ୩୦ ପୃଷ୍ଠା, ମଙ୍ଗଳବାର ବହିର ୧/୮ ଭାଗ ପଢିଲା । ସେ ବହିର ଶେଷ ୧/୪ ଭାଗ ବୁଧବାର ଦିନ ପଢିଲା । ତେବେ ବହିରେ ମୋଟ କେତେ ପୃଷ୍ଠା ଅଛି ?’

ଏହି ଭିଡିଓର ଉପରେ ଉଲ୍ଲେଖ ରହିଛି, ୫ମ ଶ୍ରେଣୀରେ ପଢୁଥିବା ମୋ ଭାଇର ମାଥ ଟେଷ୍ଟରେ ପଡିଥିବା ଏକ ଅଙ୍କ ।’

ୟୁଜର୍ସମାନେ ଏପରି ପ୍ରଶ୍ନ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି  । ଅନେକ ୟୁଜର୍ସ କହିଛନ୍ତି, ଏମିତି କଷ୍ଟ ପ୍ରଶ୍ନ ପଡିଲେ ତ ଫେଲ ହେବା ନିଶ୍ଚିତ । ଅନେକ ୟୁଜର୍ସ ଏହି ଅଙ୍କ କଷିବା ପାଇଁ ଅକ୍ଷମ ବୋଲି କହିଛନ୍ତି ।

ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ମୁଁ ସବୁବେଳେ ନିଜ ବିଷୟରେ ଭାେବ । ସମାଜରୁ ବାହାରକୁ ଯିବା ପାଇଁ ଅନୁମତି ଦେବା ପୂର୍ବରୁ ଲୋକଙ୍କର ବେସିକ ନଲେଜ ପରଖିବା ଉଚିତ । ମୋତେ ଲାଗୁଛି, ମୁଁ ସମାଜରୁ ବାହାରକୁ ନ ଯିବା ଉଚିତ ।

କିଛି ୟୁଜର୍ସ ଷ୍ଟେପ ଅନୁସାରେ ଅଙ୍କ କଷି ନିର୍ଭୁଲ ଉତ୍ତର ବି ଦେଇଛନ୍ତି ।

 

Leave A Reply

Your email address will not be published.