Latest Odisha News

BREAKING NEWS

ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ: କଂଗ୍ରେସ

ଭୁବନେଶ୍ଵର: ବିଜେପି ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଏଆସିସି ମୁଖପାତ୍ର ଶମା ମହମଦ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ। ସେଥିପାଇଁ ୪ଶହ ପାର ନାରା ଦେଉଛନ୍ତି ବିରୋଧି । କେବଳ ମୋଦି ନୁହନ୍ତି, ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ କାର୍ଯ୍ୟକର୍ତା ଓ ନେତାମାନେ ଖୋଲାଖୋଲି ଭାବେ ସମ୍ବିଧାନକୁ ବଦଳାଇବାର କଥା କହୁଛନ୍ତି । ଯାହାକି ଆମ ଦେଶ ପାଇଁ ବିପଦ । ତେବେ କଂଗ୍ରେସ ଏହା କଦାପି କରାଇ ଦେବ ନାହିଁ ବୋଲି ଅଖିଳ ଭାରତ କଂଗ୍ରେସ କମିଟି ପ୍ରବକ୍ତା ଡ. ଶ୍ୟାମା ମହମଦ କହିଛନ୍ତି ।

୨୦୧୫ରେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଏସ୍‌ଏସ୍‌ର ଅଧ୍ୟକ୍ଷ ମୋହନ ଭାଗବତ ଦେଶରୁ ଆରକ୍ଷଣ ବ୍ୟବସ୍ଥା ହଟାଇବା କଥା କହିଥିଲେ । ଏହା ପରେ ଆରଏସ୍‌ଏସ୍‌ର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ବିଭିନ୍ନ ସମୟରେ ଆରକ୍ଷଣ ହଟାଇବାକୁ କହିଆସିଛନ୍ତି । ଏପରିକି ୨୦୨୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଆରକ୍ଷଣ ହଟାଇବାକୁ କହିଥିଲେ । କିନ୍ତୁ କଂଗ୍ରେସ ସର୍ବଦା ଦଳିତ, ପଛୁଆ ବର୍ଗ ଏବଂ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ସହିତ ରହିଆସିଛି । ଆମର ନେତା ରାହୁଲ ଗାନ୍ଧିଜୀ ଏହି ବର୍ଗର ଲୋକଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସମ୍ବିଧାନ ସଂଶୋଧନ କରିବା ପାଇଁ ମଧ୍ୟ କହିଛନ୍ତି ।

୨୦୧୧ରେ କଂଗ୍ରେସ ଶାସନ କାଳରେ ଜାତି ଜନଗଣନା ହୋଇଥିଲା । ମାତ୍ର ବର୍ତମାନର ସରକାର ବାରମ୍ବାର ଦାବି ସତ୍ୱେ ଜାତି ଜନଗଣନା କରୁନାହାନ୍ତି ବୋଲି ଡ. ଶ୍ୟାମା ମହମଦ କହିଛନ୍ତି । ଏଠାରେ ଏସ୍‌ଟି ୨୪ ପ୍ରତିଶତ, ଏସ୍‌ସି ୧୭ ପ୍ରତିଶତ ଏବଂ ଓବିସି ବର୍ଗର ଲୋକ ୪୦ ପ୍ରତିଶତ ରହିଛନ୍ତି । ମୋଟ ଉପରେ ୮୦ ପ୍ରତିଶତରୁ ଅଧିକ ଏହି ବର୍ଗର ଲୋକ ରହିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମିଳିଛି । ବିଜେଡି ସରକାର ମୋଦି ସରକାରଙ୍କ ସହ ସବୁ କ୍ଷେତ୍ରରେ ହାତ ମିଳାଇ କାର୍ଯ୍ୟ କରୁଛନ୍ତି । ଉଭୟ ସରକାର ଦଳିତ, ପଛୁଆ ବର୍ଗ ଏବଂ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ଲୋକମାନଙ୍କୁ ଅବହେଳା କରିଆସିଛନ୍ତି । କିନ୍ତୁ କଂଗ୍ରେସ ଏହି ବର୍ଗର ଲୋକଙ୍କୁ ନିର୍ବାଚନ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେଇଛି ବୋଲି କହିଛନ୍ତି ଡ. ଶ୍ୟାମା ମହମ୍ମଦ ।

Leave A Reply

Your email address will not be published.