Latest Odisha News

BREAKING NEWS

ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା, ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ବିଦେଶରୁ ଆସିଥିବା ଚାରି ଜଣ ତସ୍କର ନିଜର ମଳାଶୟରେ ୩ କେଜି ଉର୍ଦ୍ଧ୍ବ ମୂଲ୍ୟର ସୂନା ଲୁଚାଇ ଆଣିଥିଲେ । ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ସେମାନଙ୍କ ମଳାଶୟରେ ସୁନା ଥିବା ଜଣାପଡିଥିଲା । ଘଟଣା ପରେ ପୋଲିସ ସମସ୍ତଙ୍କୁ ଗିରଫ କରିନେଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୨ କୋଟି ରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ପୋଲିସ ସୂଚନା ଅନୁସାରେ, ଗତ ସୋମବାର ଅର୍ଥାତ୍ ମେ’ ୬ ତାରିଖରେ ଦୁବାଇରୁ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ ଚାରି ଜଣ ଯାତ୍ରୀ । ଏହି ସମୟରେ ସମସ୍ତଙ୍କର ସ୍କ୍ରିନିଂ କରାଯାଇଥିଲା । ଏଥିରେ ଯାତ୍ରୀମାନଙ୍କ ମଳାଶୟରେ ସୁନା ଥିବାର ଜଣାପଡିଥିଲା ।

ତଲାସିରେ ସମୁଦାୟ ୧୨ଟି ସୁନାର କ୍ୟାପସୁଲ୍ ମିଳିଥିଲା । ଜବତ ସୁନା ର ଓଜନ ୩.୭୭ କିଲୋଗ୍ରାମ ଅଟେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨.୭୯ କୋଟି ହେବ । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । କଷ୍ଟମ ଆକ୍ଟ ୧୯୬୨ ଅଧିନରେ ସେମାନଙ୍କୁ ଗିରଫ କରାଯାଇଛି । ଘଟଣାରେ ଅଧିକ ପଚରାଉଚରା ଜାରି ରଖିଛି କଷ୍ଟମ ବିଭାଗ ।

Leave A Reply

Your email address will not be published.