Latest Odisha News

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ରହିଛି ୧୧ଟି ଘର ଓ ୧୬ଟି ଫ୍ଲାଟ !

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏନ୍‌କାଉଂଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତି ତାଲିକା । ବିକାଶ ଦୁବେ ନାଁରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁବେର ସହଯୋଗୀମାନେ ୟୁଏଇ ଓ ଥାଇଲ୍ୟାଣ୍ଡରେ ଏକାଧିକ ଘର କିଣିଛନ୍ତି। ତା’ ନାଁରେ କେବଳ ୟୁପିରେ ୧୧ଟି ଘର ଓ ୧୬ଟି ଫ୍ଲାଟ ରହିଛି ।

ଉତ୍ତର ପ୍ରଦେଶର ଜଣେ ପୁଲିସ୍ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ବିକାଶ କେବଳ ୟୁପିରେ ହିଁ ୧୧ଟି ଘର ଓ ୧୬ଟି ଫ୍ଲାଟ କିଣିଛି। ସେ ୩ ବର୍ଷ ଭିତରେ ୧୪ଟି ଦେଶକୁ ଯାତ୍ରା କରିଥିବାରୁ ସେଠାରେ ମଧ୍ୟ ତା’ର ସମ୍ପତ୍ତି ଥିବାର ଅନୁମାନ କରାଯାଉଛି।

ବିକାଶ ଦୁବେ ୩ ବର୍ଷ ମଧ୍ୟରେ ୧୪ଟି ଦେଶ ବୁଲିଛି। ସେଠାରେ ମଧ୍ୟ ତା’ର ସମ୍ପତ୍ତି ଥିବାର ଅନୁମାନ କରାଯାଉଛି। ନିକଟରେ ବିକାଶ ଦୁବେ ଲକ୍ଷ୍ନୌରେ ୨୦ କୋଟିରୁ ଅଧିକ ଟଙ୍କା ଦେଇ ବଙ୍ଗଳା ମଧ୍ୟ କିଣିଥିଲା। ଦୁବେ ଓ ତା’ର ସହଯୋଗୀମାନଙ୍କ ନାଁରେ ଥିବା ସମସ୍ତ ସମ୍ପତ୍ତି ଏବେ ସ୍କାନରରେ ରହିଛି। ବିକାଶ ଓ ତା’ର ସହଯୋଗୀମାନେ କେମିତି ଏତେ ସମ୍ପତ୍ତି କିଣିଲେ, ତା’କୁ ନେଇ ଏବେ ଇଡି ଖୋଳତାଡ଼ ଆରମ୍ଭ କରିଛି।

Leave A Reply

Your email address will not be published.