Latest Odisha News

BREAKING NEWS

ବଢ଼ୁଛି କି କରୋନା ସଂକ୍ରମଣ, ସତର୍କ କରାଇଲେ ବିଶେଷଜ୍ଞ ଓ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪ ହଜାର ୪୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨୩ ହଜାର ୯୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଜାରି କରିଛି। ତେବେ ହଠାତ୍ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଗୁରୁତର ସହ ନେଇଛି କେନ୍ଦ୍ର ସରକାର। ବିଶେଷଜ୍ଞମାନେ ଏହି ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ହେଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି।

ଗତକାଲି ଓଡ଼ିଶାରେ ୬୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଥିଲେ। ନଭେମ୍ବର ଦ୍ଵିତୀୟ ସପ୍ତାହ ପରେ ସର୍ବାଧିକ କୋଭିଡ଼ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ୨୯୨ ଜଣ ଆକ୍ଟିଭ କେସ ରହିଥିବା ବେଳେ ଜଣେ ରୋଗୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।ଟେଷ୍ଟ ପଜିଟିଭିଟି ରାଜ୍ୟରେ ୧.୪ ପ୍ରତିଶତ ରହିଛି।

ୟୁପି ଲକ୍ଷ୍ନୌରେ ୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏହାସହିତ ଏବେ ସକ୍ରିୟ ମାମଲା ସଂଖ୍ୟା ୭୦ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବର ୨୬ ରେ ଗୋଟିଏ ଦିନରେ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସେହିପରି ଦିଲ୍ଲୀ ସରକାରଙ୍କ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୧୬ ଜଣ ଆରୋଗ୍ୟ ହୋଇଥିବା ବେଳେ ୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ତେବେ ସରକାରଙ୍କ ଅନୁଯାୟୀ, ମୃତ୍ୟୁବରଣ କରିଥିବା ରୋଗୀଙ୍କ ପାଖରେ ଅନ୍ୟାନ୍ୟ ରୋଗ ମଧ୍ୟ ରହିଥିଲା। ଅନ୍ୟପକ୍ଷରେ ସୋମବାର ରାଜଧାନୀରେ ଗୋଟିଏ ଦିନରେ ୨୯୩ ଟି ନୂଆ ମାମଲା ରୁଜୁ ହୋଇଥିଲା। କୋଭିଡ କାରଣରୁ ସଂକ୍ରମଣ ବୃଦ୍ଧି ହେତୁ ପଜିଟିଭିଟି ହାର ୧୫ ଦିନରେ ୦.୬ ରୁ ୧.୧ କୁ ବୃଦ୍ଧି ପାଇଛି।

ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କୋଭିଡ଼ ରୋଗୀଙ୍କ ସଂଖ୍ୟା ବଢୁଛି। ସାରା ଦେଶରେ ୪ ହଜାର ୪୩୧ ମାମଲା ଚି଼ହ୍ନଟ ହୋଇଥିବା ବେଳେ ୩୧ ହଜାର ୯୧ ଜଣ ସକ୍ରିୟ ରୋଗୀ ଅଛନ୍ତି। ଯେଉଁ ଜିଲ୍ଲା ରୁ ଅଧିକ ଆସୁଛି କଣ୍ଟାକ୍ଟ ଟ୍ରେସିଂ କରିବାକୁ କୁହାଯାଉଛି। କଟକ, ସୁନ୍ଦରଗଡ଼ ଓ଼ ନବରଙ୍ଗପୁରରେ ଅଧିକ ରୋଗୀ ଅଛନ୍ତି। ଆଗକୁ ଆହୁରି ବଢିପାରେ ସ୍ଥିତି ଦେଖି ଟେଷ୍ଟିଙ୍ଗ ବଢ଼ାଯିବ।

Leave A Reply

Your email address will not be published.