Latest Odisha News

BREAKING NEWS

ଇରାନ ବିପକ୍ଷରେ ଏକାଠି ହେଲେ ୨୩ ଦେଶ, କାହିଁକି ଚୁପ୍ ରହିଲା ଭାରତ ?

ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର ପରିଷଦରେ ସୋମବାର ଇରାନ ବିରୋଧରେ ଆସିଥିବା ପ୍ରସ୍ତାବରେ ଭାରତ ଭୋଟିଂରେ ସାମିଲ୍ ହୋଇ ନାହିଁ । ୟୁଏନ୍ଏଚ୍ଆରସିରେ ଆଗତ ଉକ୍ତ ପ୍ରସ୍ତାବରେ ଇରାନରେ ସାଧାରଣ ଲୋକଙ୍କ ମାନବାଧିକାର କ୍ଷୂର୍ଣ୍ଣ ନେଇ ସରକାରଙ୍କ ନିନ୍ଦା କରାଯାଇଥିଲା ।

ଉକ୍ତ ପ୍ରସ୍ତାବ ସପକ୍ଷରେ ୨୩ଟି ରାଷ୍ଟ୍ର ଓ ବିପକ୍ଷରେ ୮ଟି ଦେଶ ଭୋଟ୍ ଦେଇଥିଲେ । ତେବେ ପ୍ରସ୍ତାବରେ ଭାରତ, କେମରୁନ୍, ଅଲଜିରିଆ, କୋଟ ଡିବୋର, ଗବୋନ, ଜାମ୍ବିଆ, ମାଲେସିଆ, ନେପାଳ, କତାର, ସେନେଗଲ, ଦକ୍ଷିଣ ଆଫ୍ରିକା, ସୁଡାନ, ୟୁଏଇ ଓ ଉଜବେକିସ୍ତାନ ଭୋଟିଂରୁ ଦୂରେଇ ରହିଥିଲେ ।

ପ୍ରସ୍ତାବ ବିରୋଧରେ ବାଂଲାଦେଶ, ବୋଲିବିୟା, ଚୀନ, କ୍ୟୁବା, ଇରିଟ୍ରା, କଜାକିସ୍ତାନ, ପାକିସ୍ତାନ ଓ ଭିଏତନାମ ଭୋଟ୍ ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ଭାରତ ୨୦୨୨ ଡିସେମ୍ବରରେ ଇରାନ ବିରୋଧରେ ଜାତିସଂଘରେ ଆମେରିକା ଆଣିଥିବା ପ୍ରସ୍ତାବରେ ଭୋଟ୍ ଦେଇ ନଥିଲା ।

କାହିଁକି ଭୋଟ୍ ଦେଉନି ଭାରତ ?

ଇରାନ୍ ବିରୋଧରେ ଭାରତ କୌଣସି ପ୍ରସ୍ତାବରେ ଭୋଟ୍ ନ ଦେବାର କାରଣ ଇରାନର ଭୌଗଳିକ ସ୍ଥିତି । ଇରାନର ପଡ଼ୋଶୀ ଦେଶ ସହ ଭାରତର କୂଟନୈତିକ ସମ୍ପର୍କ ମଧ୍ୟ ଆଉ ଏକ କାରଣ । ଭାରତ ପାଇଁ ଇରାନ ଏକ ବାଣିଜ୍ୟିକ ମାର୍ଗ । ଆଫଗାନିସ୍ତାନ ଓ ଅନ୍ୟ ମଧ୍ୟ ଏସୀୟ ଦେଶକୁ ଇରାନ ଦେଇ ଯିବାକୁ ପଡ଼େ । ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଚାବହାର ବନ୍ଦର ମଧ୍ୟ ଇରାନରେ । ଯାହାକୁ ଦେଖିଲେ ଇରାନ ସହ ସମ୍ପର୍କରେ ତିକ୍ତତା ଆଣିବାକୁ ଭାରତ ଚାହୁଁ ନାହିଁ ।

Leave A Reply

Your email address will not be published.