Latest Odisha News

BREAKING NEWS

ଓମିକ୍ରନ୍‌ ଭୟ; ପୁଣି ରାଜଧାନୀରେ ଫେରିପାରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍‌ ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାସହିତ ଦେଶରେ ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଗଲାଣି। ଏହାସହିତ ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରତିବନ୍ଧକ ଲଗାଯିବା ନେଇ ସରକାର ବିଚାର କରୁଥିବା ଜଣାପଡ଼ିଛି।

ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ହାର ଦ୍ୱିଗୁଣିତ ହୋଇ ୦.୪୩ ପ୍ରତିଶତକୁ ଆସିଛି। ଯଦି ଆଗାମୀ ଦୁଇ ଦିନ ପାଇଁ ସ୍ଥିତି ସମାନ ରହେ ଏବଂ ସଂକ୍ରମଣ ହାର ୦.୫ ପ୍ରତିଶତରେ ପହଞ୍ଚେ, ତେବେ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇପାରେ। ଏହା ସହିତ ମେଟ୍ରୋ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ସୂଚନା ମିଳିଛି।

କରୋନାର ସମ୍ଭାବ୍ୟ ତୃତୀୟ ତରଙ୍ଗ ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ ଦିଲ୍ଲୀ ସରକାର ଏକ ଗ୍ରେଡ୍ ରେସପନ୍ସ ସିଷ୍ଟମ୍ (GRAP) ପ୍ରସ୍ତୁତ କରିଛନ୍ତି। କରୋନା ସଂକ୍ରମଣ ହାର, ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବଂ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ଆଧାରରେ ଗ୍ରାପରେ ପ୍ରତିବନ୍ଧକ ସ୍ଥିର କରାଯାଇଛି। ଏହା DDMA ଦ୍ୱାରା ଅନୁମୋଦିତ ହୋଇସାରିଛି। ସଂକ୍ରମଣ ହାର ୦.୫% ଆସିବା ପରେ GRAP ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ।

Leave A Reply

Your email address will not be published.