Latest Odisha News

BREAKING NEWS

ରାସ୍ତାକଡ଼ରେ ଓଲଟିଲା ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ପାରାଦୀପ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା ବସ୍ । ପାରାଦୀପ-କଟକ ରାସ୍ତାର ହସିଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ସ୍ନେହ ସାଗର ନାମକ ବସ୍ । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ଓ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି । ବସରେ ୬ ଜଣ ଯାତ୍ରୀ ଥିଲେ ।

ସ୍ନେହ ସାଗର ବସ ପାରାଦୀପରୁ କଟକ ଯାଉଥିଲା । ଏତିକିବେଳେ ହସିଣା ବାଙ୍କ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ରାସ୍ତା କଡ଼ରେ ଥିବା ଏକ ଗଛରେ ବସଟି ପିଟି ହେବା ପରେ ସେଇଟି ଅଟକି ଯାଇଥିଲା । ଏକ ବଡ଼ ଦୁର୍ଘଟଣାରୁ ସମସ୍ତ ବର୍ତ୍ତି ଯାଇଛନ୍ତି ।

Leave A Reply

Your email address will not be published.