Latest Odisha News

BREAKING NEWS

କରୋନା ଆତଙ୍କ: ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୮୦୦୦ ବ୍ୟକ୍ତିଙ୍କ ପରୀକ୍ଷା !

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୮,୦୦୦ ବ୍ୟକ୍ତିଙ୍କର ନଭେଲ୍ କରୋନା ଭାଇରସ ଟେଷ୍ଟ୍ ହୋଇଛି ଯାହାକି ଗୋଟିଏ ଦିନରେ ଏହା ସର୍ବାଧିକ ପରୀକ୍ଷା ବୋଲି ଜଣାପଡ଼ିଛି । ଶୁକ୍ରବାର ଦିନ କୋଭିଡ୍‌-୧୯ ଲାଗି ଦୈନିକ ରିପୋର୍ଟ ପ୍ରଦାନ କରିବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

1206847097

ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଦେଶରେ ଏବେ ୨୩୦୧ କନଫର୍ମ କରୋନା ଭାଇରସ୍ କେସ ରହିଥିବା ବେଳେ ୫୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୧୫୬ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ସବୁଠାରୁ ଅଧିକ ମାତ୍ରାରେ ମହାରାଷ୍ଟ୍ର ଓ ତାମିଲନାଡୁ ପ୍ରଭାବିତ ହୋଇଛି । ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୪୨୩ ଓ ୩୦୯ ଜଣ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ପ୍ରାୟ ୧ ମିଲିୟନ ଲୋକ ସାରା ବିଶ୍ୱରେ ଏହି ଘାତକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବିଶ୍ୱରେ ଏହି ମାରାତ୍ମକ ଭୂତାଣୁ ସଂକ୍ରମିତ ହେବାଯୋଗୁଁ ୫୪, ୦୦୦ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିସାରିଛି ।

Leave A Reply

Your email address will not be published.