Latest Odisha News

BREAKING NEWS

ଦେଶବାସୀଙ୍କୁ ୩ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ, ପଜିଟିଭ୍ ହେଲେ ଭୟଭୀତ ହୁଅ ନାହିଁ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ସାରା ଦେଶ ଚିନ୍ତାରେ ଥିବା ବେଳେ, ଆଜି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ୩ ଜଣ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ ଆଜି ଦେଶର କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ବୈଠକରେ କରୋନାକୁ ନେଇ ୩ ଜଣ ବରିଷ୍ଠ ଡାକ୍ତର ଆଲୋଚନା କରିଛନ୍ତି । କରୋନା ଭଳି ସାଂଘାତିକ ସ୍ଥିତିରେ ଦେଶବାସୀ ଭୟଭୀତ ନହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଦେଶର ଏହି ୩ ଜଣ ବରିଷ୍ଠ ଡାକ୍ତର ।

ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେଉଛନ୍ତି, ତେବେ ଭୟଭୀତ ନହୋଇ ସଙ୍ଗରୋଧରେ ରୁହନ୍ତୁ । ସବୁବେଳେ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ୍ କରନ୍ତୁ । ସାମାନ୍ୟ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି । ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ରେମଡେସିଭିର ଔଷଧ ରାମବାଣ ନୁହେଁ, ଏହା କେବଳ ସେହିମାନଙ୍କ ପାଇଁ, ଯେଉଁମାନେ ଏହାର ଆବଶ୍ୟକ କରୁଛନ୍ତି । ତେଣୁ ନିହାତି ଦରକାର ନଥିଲେ ଏହି ଔଷଧକୁ ନଖାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନରେଶ ତ୍ରେହାନ୍ ।

ସେହିପରି ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି, ଯଦି କୌଣସି ବ୍ୟକ୍ତି କରୋନା ଭଳି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ କହିଛନ୍ତି । ତାସହ ମାସ୍କ ପିନ୍ଧିବା ସହ ଅକ୍ସିଜେନ ଲେଭଲ ଚେକ୍ କରିବାକୁ କହିଛନ୍ତି ଡାକ୍ତର ସେଟ୍ଟୀ ।

Leave A Reply

Your email address will not be published.