Latest Odisha News

BREAKING NEWS

କାୟା ବିସ୍ତାର କରୁଛି ‘କୋରୋନା’; ୪୧ ମୃତ ଓ ୧୨୦୦ରୁ ଅଧିକ ସଂକ୍ରମିତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଛି ମାରାତ୍ମକ ‘କୋରୋନା’ ଭାଇରସ । ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଏବେ ୟୁରୋପକୁ ଡେଇଁଛି ।

ଏହି ଭୂତାଣୁ ଯୋଗୁଁ ଫ୍ରାନ୍ସରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଚୀନରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଥିବା ବେଳେ ୧୨ଶହରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡିଛି । ଯେଉଁଥିରୁ ୨୩୭ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଧୀରଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍‌, ଭିଏତନାମ, ସିଙ୍ଗାପୁରରେ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

ସୂଚନା ମୁତାବକ ୟୁରୋପର ଦକ୍ଷିଣ ପଶ୍ଚିମ ସହରରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଦ୍ୱିତୀୟ ଘଟଣା ପ୍ୟାରିସରେ ଦେଖାଦେଇଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ପୀଡିତଙ୍କ ସମ୍ପର୍କିୟ ବୋଲି ଜଣାପଡିଛି ।ଏହି ତିନି ଜଣ ବ୍ୟକ୍ତି ଚୀନରୁ ଫେରିଥିଲେ । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା ।

ଅପରପକ୍ଷରେ ଅଷ୍ଟ୍ରେଲିଆରେ ଚୀନରୁ ଫେରିଥିବା ଜଣେ ୫୦ ବର୍ଷୀୟ ବୃଦ୍ଧ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେହିପରି ଆମେରିକାର ଚିକାଗୋରେ ୬୦ ବର୍ଷୀୟ ବୟସ୍କା ମହିଳା ଏହି କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟାପୁ ଥିବା କୋରନା ଭାଇରସର ଆତଙ୍କ ଯୋଗୁଁ ଭାତରରେ ମଧ୍ୟ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସେଥିରେ ୭ ଜଣ ରୋଗୀ କେରଳର ବୋଲି ଜଣାପଡିଛି । ୨ ଜଣ ମୁମ୍ବାଇର, ବେଙ୍ଗାଳୁରୁର ଜଣେ ଓ ହାଇଦ୍ରାବାଦର ଜଣେ ଅଛନ୍ତି ।

କୋରୋନା ଭାଇରସ ସଂକ୍ରମିତ ହେଉଥିବା ଯୋଗୁଁ ଚୀନର ୧୩ଟି ସହରରେ ସାଧାରଣତ ଯାତାୟତ ଉପରେ କଟକଣା ଲଗାଯାଇଛି । ପ୍ରାୟ ୪ କୋଟି ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ଚୀନର ସମସ୍ତ ବିମାନବନ୍ଦରକୁ ସିଲ୍ କରାଯାଇଛି ।

 

Leave A Reply

Your email address will not be published.