Latest Odisha News

BREAKING NEWS

ରାଜଧାନୀର ଆର୍ଯ୍ୟ ପ୍ୟାଲେସ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଅନେକ ସାମଗ୍ରୀ ଗୁଡିକରେ ନିଆଁ ଲାଗି ପୋଡିଯାଇଛି ।

ଅନ୍ୟପକ୍ଷରେ ଏହି ହୋଟେଲର କିଚେନରୁ ନିଆଁ ଲାଗିଥିବା ନେଇ ଜଣାପଡିଛି । ପରବର୍ତ୍ତୀ ସମୟରେ ଏନେଇ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିଲେ ।

 

Leave A Reply

Your email address will not be published.