Latest Odisha News

BREAKING NEWS

କୋଭିଡ-୧୯ ସ୍କ୍ରିନିଂକୁ ଯାତ୍ରୀଙ୍କ ମନା; ବିମାନ ବନ୍ଦରରୁ ଗିରଫ

କୋଚି: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି । କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ କୋଭିଡ-୧୯ ସ୍କ୍ରିନିଂ କରାଇବାକୁ ମନା କରିବାରୁ ନେଦୁମ୍ବାରେସରୀ ପୋଲିସ ତାଙ୍କୁ ଗିରଫ କରିଛି ।

ଉକ୍ତ ବ୍ୟକ୍ତିଙ୍କ ନାଁରେ ଧାରା ୨୯୪(ବି) ଓ ଧାରା ୫୦୬(୧) ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ବିମାନ ବନ୍ଦରରେ ନିୟମ ଉଲ୍ଲଙ୍ଘନ କରିଥିବା ୫୪ ବର୍ଷୀୟ ଲାମି ଆରାକଲ ଚେନ୍ନାଇରୁ କୋଚି ଆସିଥିଲେ । ସେ ସ୍କ୍ରିନିଂ ନକରାଇବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପାଟିତୁଣ୍ଡ ମଧ୍ୟ କରିଥିଲେ । ତାଙ୍କୁ ଗିରଫ କରାଯିବା ପରେ ସେ ଜାମିନରେ ମୁକୁଳି ଯାଇଛନ୍ତି ।

Leave A Reply

Your email address will not be published.