Latest Odisha News

BREAKING NEWS

ରୁଦ୍ରଙ୍କ ପ୍ରିୟ ରୁଦ୍ରାକ୍ଷର ପ୍ରକାର ଓ ମହତ୍ଵ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ରୁଦ୍ରାକ୍ଷକୁ ମହାଦେବଙ୍କ ଅତିପ୍ରିୟ ଭାବେ ବିବେଚନା କରାଯାଏ । ଏହାକୁ ଶରୀରରେ ଧାରଣ କଲେ ବ୍ୟକ୍ତିର ସମସ୍ତ କଷ୍ଟ ତଥା ଅସୁବିଧା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ରୁଦ୍ରାକ୍ଷର ଅର୍ଥ ରୁଦ୍ରଙ୍କ ଅକ୍ଷ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଭିନ୍ନ ପ୍ରକାର ରୁଦ୍ରାକ୍ଷ ଓ ଏହାର ମହତ୍ତ୍ୱ ସମ୍ପର୍କରେ…

ଏକମୁଖୀ: ଏକ ମୁଖୀ ରୁଦ୍ରାକ୍ଷ ଶିବଙ୍କର ସ୍ୱରୂପ ବୋଲି କୁହାଯାଏ । ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ସମ୍ଵନ୍ଧିତ ସମସ୍ୟା ଥାଏ ସେମାନେ ଏକ ମୁଖୀ ରୁଦ୍ରାକ୍ଷ ଧାରଣା କରିବା ଉଚିତ ।

ଦ୍ୱି ମୁଖୀ: ଏହାକୁ ଅର୍ଦ୍ଧନାରିଶ୍ଚର ସ୍ୱରୂପ କୁହାଯାଏ । ବୈବାହିକ ଜୀବନରେ ସମସ୍ୟା ଥିଲେ କିମ୍ବା ଚନ୍ଦ୍ରମା ଦୁର୍ବଳ ଥିଲେ ଦୋ ମୁଖୀ ରୁଦ୍ରାକ୍ଷ ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ତ୍ରିମୁଖୀ: ତ୍ରିମୁଖୀ ରୁଦ୍ରାକ୍ଷ ଅଗ୍ନିର ସ୍ୱରୂପ । ମଙ୍ଗଳ ଦୋଷ ନିବାରଣ ପାଇଁ ଏହି ରୁଦ୍ରାକ୍ଷ ପ୍ରୟୋଗ କରାଯାଏ ।

ଚତୁଃମୁଖୀ: ଏହି ରୁଦ୍ରାକ୍ଷ ଅଗ୍ନିର ବ୍ରହ୍ମାଙ୍କର ସ୍ୱରୂପ । ତ୍ୱଚା ରୋଗ ପାଇଁ ଚତୁଃମୁଖୀ ରୁଦ୍ରାକ୍ଷ ବ୍ୟବହାର କରାଯାଏ ।

ପଂଚମୁଖୀ: ଏହାକୁ ଜାଳାଗ୍ନି କୁହାଯାଏ । ଏହାକୁ ଧାରଣ ଦ୍ଵାରା ଜ୍ଞାନ ପ୍ରାପ୍ତ ହୋଇଥାଏ।

Leave A Reply

Your email address will not be published.