Latest Odisha News

BREAKING NEWS

ଭୟାବହ ହେଉଛି କରୋନା; ଦକ୍ଷିଣ କୋରିଆରେ ୫ଦିନରେ ୧୧ଗୁଣ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା

ସିଓଲ: ଦକ୍ଷିଣ କୋରିଆରେ କରୋନା ଭାଇରସ ପାଇଁ ସ୍ଥିତି ଏବେ ଜଟିଳ ହୋଇପଡିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୪୨ରୁ ୩୪୬କୁ ବୃଦ୍ଧି ପାଇଛି । ଦକ୍ଷିଣ କୋରିଆର ଡେଗୁ ସହର ଓ ଦକ୍ଷିଣ ସିଓଲର ପାଖାପାଖି ଅଂଚଳରେ ଏହି ଭାଇରସର ପ୍ରଭାବ ଅଧିକ ଦେଖାଦେଇଛି ।

ମିଳିଥିବା ସୂଚନା ଅନୁସାରେ, ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କ ଠାରୁ ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପିଥିବା ଜଣାପଡିଛି । ଫେବୃଆରୀ ୧୮ ମଙ୍ଗଳବାର ଦିନ ବୃଦ୍ଧା ଜଣକ ଭାଇରସ ସଂକ୍ରମଣର ୩୧ତମ ମାମଲା ଥିଲେ । ଶନିବାର ଦିନ ଏହି ସଂକ୍ରମଣର ମାମଲା ୩୧ରୁ ୩୪୬କୁ ବୃଦ୍ଧି ପାଇଛି । ଚର୍ଚ୍ଚରେ ପ୍ରାର୍ଥନା କରିବାକୁ ଆସିଥିବା ସେହି ବୃଦ୍ଧାଙ୍କ ଠାରୁ ଶହ ଶହ ଲୋକଙ୍କୁ କରୋନା ବ୍ୟାପିଥିବା କୁହାଯାଉଛି ।

Leave A Reply

Your email address will not be published.