Latest Odisha News

BREAKING NEWS

ଗର୍ଭବତୀଙ୍କୁ ମାଡମାରି ଫସିଲେ ମହିଳା ଫରେଷ୍ଟ ଗାର୍ଡ; ତଦନ୍ତ ଜାରି

ବାରିପଦା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆସ୍ଥିତ ବାରାହାପାଣପୋଷିରେ କାଠ ଚୋରି ଅଭିଯୋଗରେ ଜଣେ ମହିଳା ଫରେଷ୍ଟ ଅଧିକାରୀ ଅନ୍ୟଜଣେ ଗର୍ଭବତୀଙ୍କୁ ମାଡ ମାରିବା ସହ ଉଠବସ୍ କରାଇବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ, ମହିଳା ଫରେଷ୍ଟ ଗାର୍ଡ କବିତା ବେହେରା ସମ୍ପୃକ୍ତ ଗର୍ଭବତୀଙ୍କ ଘରକୁ ଯାଇ ଚୋରା କାଠ ଥିବା ନେଇ ଖାନ୍ ତଳାସୀ କରିଥିଲେ । ହେଲେ ଘରେ କିଛି ନଥିବା କଥା କହିଥିଲେ ପରିବାର ବର୍ଗ । ପରେ କୌଣସି କାରଣବଶତଃ ଫରେଷ୍ଟ ଗାର୍ଡ ସେମାନଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ଗର୍ଭବତୀଙ୍କ ହାତ ଭାଙ୍ଗିଯାଇଥିଲା ବେଳେ ତାଙ୍କ ମାଆଙ୍କୁ ମଧ୍ୟ ମାରପିଟ୍ କରାଯାଇଥିଲା । ଏପରିକି ସେମାନଙ୍କୁ ୨୦ଥର ଉଠବସ୍ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ପିଡିତାଙ୍କ ପକ୍ଷରୁ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ଏଭଳି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ କରଞ୍ଜିଆ-ବାରିପଦା ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି । ଏହାବ୍ୟତିତ ଫରେଷ୍ଟ ଗାର୍ଡକୁ ତୁରନ୍ତ ନିଲମ୍ବନ କରାଯିବା ସହ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି ।

ଦୁଧିଆଣି ରେଞ୍ଜର ସରୋଜ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏହି ଘଟଣାରେ ଏକ ବିସ୍ତୃତ ରିପୋର୍ଟ ଆମେ ପ୍ରଦାନ କରିଛୁ । ପୋଲିସର ଜେରା ପରେ ସବୁସତ୍ୟ ସାମନାକୁ ଆସିଯିବ” ।

ତେବେ ଏହି ଘଟଣାରେ ପୋଲିସ କିମ୍ବା ସମ୍ପୃକ୍ତ ମହିଳା ଫରେଷ୍ଟ ଗାର୍ଡ ଏଯାବତ୍ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

Leave A Reply

Your email address will not be published.