Latest Odisha News

BREAKING NEWS

ଅଜବ ସଉକ: ଦମ୍ପତ୍ତି ଘରେ ପାଳିଛନ୍ତି ବିପଜ୍ଜନକ ପଶୁପକ୍ଷୀ

ମାଲେସିଆ: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ଟିକେ ଖୁସି ପାଇଁ ପାର୍କ,ଫିଲ୍ମ ନଚେତ୍ ବାହାରକୁ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ଯଦି ଏକାକୀ ଅନୁଭବ କରନ୍ତି, ତେବେ ସେ ଘରେ କୁକୁର କିମ୍ବା ବିଲେଇ ପୋଷି ତାର ଯତ୍ନ ନେଇଥାନ୍ତି । କିନ୍ତୁ ମାଲେସିଆରେ ଏମିତି ଏକ ଦମ୍ପତ୍ତି ଅଛନ୍ତି, ଯିଏ ଘରେ ବିପଜ୍ଜନକ ପଶୁପକ୍ଷୀ ଠାରୁ ଆରମ୍ଭ କରି ମାଛ ମଧ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ।

ନିକଟରେ ମାଲେସିଆର ଏକ ହାଉସିଂ କଲୋନୀରେ ରହୁଥିବା ଏକ ଦମ୍ପତି ଘରେ ପାଳିଥିବା ପଶୁମାନଙ୍କର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେମାନଙ୍କୁ ବିଭିନ୍ନ ପଶୁପକ୍ଷୀ ପାଳିବା ସଉକ୍ । ଏହି ସଉକ୍‌କୁ ପୂରଣ କରିବାକୁ ଯାଇ ସେମାନେ ଘରେ ବିଭିନ୍ନ ଜୀବଜନ୍ତୁ,ପଶୁପକ୍ଷୀ ରଖିଛନ୍ତି । ସେୟାର ହୋଇଥିବା ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେହି ବିଶ୍ୱାସ କରିପାରୁନାହାଁନ୍ତି ଯେ, ଏହି ଦମ୍ପତି କିପରି ଏତେ ବିପଦପୂର୍ଣ୍ଣ ପଶୁମାନଙ୍କ ସହ ରହୁଛନ୍ତିି । ଏହି ଦମ୍ପତି ସେମାନଙ୍କ ଘରେ ଏକ ଛୋଟ ପ୍ରାଣୀ ଉଦ୍ୟାନ ଖୋଲିଛନ୍ତି । ଏଥିରେ କୁମ୍ଭୀରଠାରୁ ଆରମ୍ଭ କରି ଅନେକ ବିପଜ୍ଜନକ ପ୍ରାଣୀ ରଖିଛନ୍ତି । ଏଥିସହିତ ବିଭିନ୍ନ ପ୍ରକାରର ଚଢେଇ ଓ ମାଛ ମଧ୍ୟ ରଖିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ବାହାରୁ ଖାଦ୍ୟ ଆଣିଥିବାର ଦେଖାଯାଇଥିଲା । ଏଥିରେ ବିଭିନ୍ନ ଫଳ ଏବଂ ଚିକେନ୍ ଥିଲା । ଏହି ଦମ୍ପତି କହିଛନ୍ତି ଯେ ଏହି ଫଳ ହେଉଛି ସେମାନଙ୍କ ପାଖରେ ଥିବା ପକ୍ଷୀମାନଙ୍କର ଖାଦ୍ୟ । ଆଉ ଚିକେନ୍ କୁମ୍ଭୀର ଖାଇବ । ଏହି ଦମ୍ପତି ପ୍ରତିଦିନ ବହୁ କିଲୋ ମାଂସ କିଣି କୁମ୍ଭୀରକୁ ଖାଇବାକୁ ଦେଇଥାନ୍ତି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି କହିଛନ୍ତି ଯେ, ଏପରି ବିପଜ୍ଜନକ ପ୍ରାଣୀମାନଙ୍କୁ ଘରେ ରଖିବା ବେଆଇନ୍ ଅଟେ ।

Leave A Reply

Your email address will not be published.