Latest Odisha News

ସେରୋ ସର୍ଭେରେ ୭୧% ପିଲାଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି; PGIMER

ନୂଆଦିଲ୍ଲୀ: ୨୭୦୦ ପିଲାଙ୍କ ମଧ୍ୟରେ PGIMER ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେ ଅନୁଯାୟୀ ୭୧ ପ୍ରତିଶତ ନମୁନା କୋଭିଡ -୧୯ ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିଛି। ଚଣ୍ଡିଗଡ଼, ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ବସ୍ତି ବାସିନ୍ଦାଙ୍କଠାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା।

“ଆମେ କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ତରଙ୍ଗର ଆରମ୍ଭରେ ଅଛୁ। ୨୭୦୦ ପିଲାଙ୍କ ମଧ୍ୟରେ ଚଣ୍ଡିଗଡ଼ର PGIMER ଦ୍ବାରା କରାଯାଇଥିବା ଏକ ସେରୋ ସର୍ଭେରୁ ଜଣାପଡିଛି ଯେ ସେମାନଙ୍କ ମଧ୍ୟରୁ ୭୧%ଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି। ଏହି ତଥ୍ୟରୁ ଯାହା ଜଣାପଡ଼ୁଛି ଯେ ତୃତୀୟ ତରଙ୍ଗ ସମୟରେ ପିଲାମାନେ ଅନୁପଯୁକ୍ତ ଭାବରେ ପ୍ରଭାବିତ ହେବେ ନାହିଁ। ଏ ନେଇ , “PGIMER ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, “ପ୍ରାୟ ୬୯% ରୁ ୭୩% ପିଲା ଆଣ୍ଟିବଡି ବିକଶିତ କରିଛନ୍ତି। ହାରାହାରି ୭୧% ନମୁନାରେ ଆଣ୍ଟିବଡି ବିକଶିତ ହୋଇଛି। ସେ କହିଛନ୍ତି ଯେ ପିଲାମାନଙ୍କ ପାଇଁ କୌଣସି ଟିକା ଉପଲବ୍ଧ ନଥାଇ ବି କରୋନା ହେତୁ ଆଣ୍ଟିବଡି ବିକଶିତ ହୋଇଛି। ତେଣୁ ମୁଁ ଭାବୁନାହିଁ, ତୃତୀୟ ତରଙ୍ଗ ପିଲାମାନଙ୍କୁ ବେଶି ପ୍ରଭାବିତ କରିବ। “

Leave A Reply

Your email address will not be published.