Latest Odisha News

BREAKING NEWS

କରୋନା ମୁକ୍ତ ହେଲା ସୋନପୁର ଜିଲ୍ଲା

ସୁବର୍ଣ୍ଣପୁର: ରାଜ୍ୟରେ କରୋନା ମୁକ୍ତ ହୋଇଛି ସୋନପୁର ଜିଲ୍ଲା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଥିଲେ ଚିକିତ୍ସାଧୀନ ଥିବା ୭ ଆକ୍ରାନ୍ତ । ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ୍ ଶୂନ ।

ସୋନପୁର ଜିଲ୍ଲାରୁ ମୋଟ୍ ୪୪ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ସୁଦ୍ଧା ସମସ୍ତେ ସୁସ୍ଥ ହୋଇଛନ୍ତି । ଆଶ୍ୱସ୍ତିକର ଖବର ହେଉଛି ଜିଲ୍ଲାରୁ କାହାରି ଜୀବନ ନେଇ ପାରିନି କରୋନା ।
ରାଜ୍ୟରେ କେବଳ ସୋନପୁର କୋଭିଡ୍ ଫ୍ରି ଜିଲ୍ଲା ତାଲିକାରେ ରହିଛି । ବାକି ୨୯ ଜିଲ୍ଲାରେ ରହିଛି କରୋନା ସକ୍ରିୟ ମାମଲା । ମେ ୨୫ ତାରିଖରେ ସୋନପୁର ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.