Latest Odisha News

BREAKING NEWS

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ସନ୍ତୋଷ ମିଶ୍ର

ପତିତ ଜନଙ୍କ ଉଦ୍ଧାର ପାଇଁ କି
ପତିତପାବନ ହେଲ,
ପତିତ ଦର୍ଶନ ଦେବା ପାଇଁ ପ୍ରଭୁ
ରଥଯାତ୍ରା କରିଥିଲ,
ଯେବେ ଥିବି ଯଦି ଆର ବର୍ଷକୁ
ପ୍ରଭୁ ଦର୍ଶନ କରିବି ତୁମକୁ …(୦)
ବଡ଼ ଦେଉଳରେ ରତନ ବେଦିରେ
ବସି ଥାଅ ସବୁ ଦିନ,
ସ୍ନାନ ମଣ୍ଡପକୁ ଆସିଲେ କାଳିଆ
ଭେଷ ହୁଅ ଗଜାନନ,
ଅଣସର ପରେ ଗୁଣ୍ଡିଚା ଯାତରା
ବସିଥାଅ ନନ୍ଦିଘୋଷେ,
ପତିତ ମାନଙ୍କୁ ପତିତପାବନ
ଦେଖିବାକୁ ଲାଗେ ବର୍ଷେ,
ଜଗା ଗଲେ ବଡ଼ ଦାଣ୍ଡକୁ
ଦର୍ଶନ ମିଳିବ ପ୍ରଭୁଙ୍କୁ,
ଯେବେ ଥିବି ଯଦି ଆର ବର୍ଷକୁ
ପ୍ରଭୁ ଦର୍ଶନ କରିବି ତୁମକୁ …(୧)
ପହଣ୍ଡି ବିଜେରେ ଦେଖିବ ନୟନ
ରଥ ଡୋରି ଟାଣୁ ଥିବ,
ଆଡ଼ପ ମଣ୍ଡପେ ପ୍ରଭୁଙ୍କ ଦର୍ଶନ
ଆନନ୍ଦରେ କରୁଥିବ,
ନଅ ଦିନପରେ ବାହୁଡ଼ି ଆସିଲେ
ନନ୍ଦିଘୋଷେ ସୁନାବେଶ,
ଅଧର ପଣାକୁ ପିଇ ଦେଇ ପ୍ରଭୁ
ଦେଉଳେ କରିବେ ବାସ,
ବିଦାୟ ମାଗେ ଦିଅଁଙ୍କୁ
ଦର୍ଶନ ନୀଳଚକ୍ରକୁ
ଯେବେ ଥିବି ଯଦି ଆର ବର୍ଷକୁ
ପ୍ରଭୁ ଦର୍ଶନ କରିବି ତୁମକୁ …(୨)
————————————-

ଆଇନଜୀବୀ, ଭବାନୀପାଟଣା ଦୁରଭାଷ- ୯୪୩୮୨୬୩୪୬୪
Leave A Reply

Your email address will not be published.