Latest Odisha News

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ପୁରୀ: ପ୍ରଥମ ପର୍ଯ୍ୟାୟରେ ପୁରୀର ପହଞ୍ଚିଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ୍ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ଟିକା ଭଣ୍ଡାରରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରାୟ ୭ହଜାର ଡୋଜ୍ ଭ୍ୟାକସିନ୍ ଆସିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ । ଆଜି ସିଡିଏମଓଙ୍କ ଅଧକ୍ଷତାରେ ଏକ ଟାସ୍କ ଫୋର୍ସ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

ପୁରୀ ଜିଲ୍ଲାର ପ୍ରାୟ ୧୦ହଜାର ୭୭୯ ସ୍ୱାସ୍ଥ୍ୟକର୍ମୀ ଓ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କ ମଧ୍ୟ୍ୟରେ ଅଛନ୍ତି ୫,୧୪୯ ଅଙ୍ଗନବାଡି କର୍ମୀ, ୧,୫୩୫ ଆଶାକର୍ମୀ, ୧୯୬ ଡାକ୍ତର, ୩,୬୧୧ ପାରାମେଡିକାଲ କର୍ମଚାରୀ ଓ ବେସରକାରୀ ଡାକ୍ତରଖାନାର ୨୯୬ ଜଣ । ପୁରୀ ଜିଲ୍ଲାର ୬୮ଟି ସ୍ଥାନରେ ଟିକାକରଣ କରାଯିବ । ଏହି କାମରେ ନିୟୋଜିତ ରହିବେ ପ୍ରାୟ ୨୭୮ ଜଣ ଭ୍ୟାକସିନେଟର୍ ବା ଟିକାଦାତା ।

Leave A Reply

Your email address will not be published.