Latest Odisha News

BREAKING NEWS

ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡ଼ି, ୫ କର୍ମଚାରୀ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ପୋଲିସ ଗାଡ଼ି ବି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ପୋଲିସ ପାଟ୍ରୋଲିଂ ଗାଡ଼ି ।ଛତ୍ରପୁର ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ଜଣେ ବାଇକ୍ଗା ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଡିଭାଇଡରରେ ପଟି ହୋଇଛି । ଦୁର୍ଘଟଣାରେ ସର୍ଜେଣ୍ଟ ସଞ୍ଜୟ ବାରିକଙ୍କ ସମେତ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନ୍ତାନ୍ତର କରାଯାଇଥିବା ବେଳେ ଚାରି ଜଣଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.