Latest Odisha News

BREAKING NEWS

ଆଇପିଏଲରେ ପ୍ରଥମ ବୋଲର ଭାବେ ୨୦୦ ୱିକେଟ ନେଲେ ଚହଲ

ଜୟପୁର: ଆଇପିଏଲରେ ପ୍ରଥମ ବୋଲର ଭାବେ ୟୁଜଭେନ୍ଦ୍ର ଚହଲ ୨୦୦ ୱିକେଟ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ସ୍ପିନର ସୱାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳା ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଏହି ସଫଳତା ହାସଲ କରିଛନ୍ତି । ସେ ୧୫୩ ମ୍ୟାଚରେ ୨୦୦ ୱିକେଟ ପୂର୍ଣ୍ଣ କରିଥିବା ବେଳେ ଡ୍ୱେନ ବ୍ରାଭୋ ୧୮୩ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପୀୟୂଷ ଚାୱଲା (୧୮୧), ଭୁବନେଶ୍ୱର କୁମାର (୧୭୪) ଓ ଅମିତ ମିଶ୍ର ୧୭୩ ୱିକେଟ ସହ ତୃତୀୟରୁ ପଂଚମ ସ୍ଥାନ ମଧ୍ୟରେ ରହିଛନ୍ତି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ତିଳକ ବର୍ମା ୪୫ ବଲରୁ ୬୫ ଓ ନେହେଲା ବଧେରା ୨୪ ବଲରୁ ୪୯ ରନ କରିବା ଫଳରେ ଦଳ ଏକ ଭଲ ଟାର୍ଗେଟ ଦେବାରେ ସଫଳ ହୋଇଛି । ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା ସର୍ବାଧିକ ୫ଟି ୱିକେଟ ହାସଲ କରିଛନ୍ତି । ଟ୍ରେଂଟ ବୋଲ୍ଟ ୨ଟି ଏବଂ ଚହଲ ଓ ଆଭେଶ ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.