Latest Odisha News

BREAKING NEWS

ସୁପର ସିକ୍ସରେ ଟିମ ଇଣ୍ଡିଆ

କୁଆଲାଲମ୍ପୁର: ଭାରତ ଏଠାରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ସୁପର ସିକ୍ସରେ ପ୍ରବେଶ କରିଛି । ଗୁରୁବାର ଭାରତ ୬୦ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୧୧୮ ରନ କରିଥିଲା । ଗୋଙ୍ଗାଦୀ ତ୍ରିଷା ଦଳ ପକ୍ଷରୁ ସର୍ବାଧିକ ୪୯ ରନ କରିଥିଲେ । ଶ୍ରୀଲଙ୍କା ୧୧୯ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫୮ ରନ କରିବାକୁ ସକ୍ଷମ ହୋଇଥିଲା । ରଶ୍ମିକା ସେୱାନ୍ଦି(୧୫)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।

ଭାରତ ପକ୍ଷରୁ ଶବନମ ଶକୀଲ, ଭିଜେ ଜ୍ୟୋସିସ୍ତ ଓ ପାରୁଣିକା ସିସୋଦିଆ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଗ୍ରୁପ ଏର ଶୀର୍ଷ ସ୍ଥାନରେ ରହି ଭାରତ ସହଜରେ ସୁପର ସିକ୍ସକୁ ଉନ୍ନୀତ ହୋଇଛି । ଟିମ ଇଣ୍ଡିଆ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତୀୟ ଖେଳାଳିମାନେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ ଜାରୀ ରଖିଛନ୍ତି ।

Comments are closed.