Latest Odisha News

BREAKING NEWS

ଭୁବନେଶ୍ୱରକୁ ନେଇ ଚର୍ଚ୍ଚାରେ ଏବେ ଭିଭିଏସ୍ ଲକ୍ଷ୍ମଣଙ୍କ ଟ୍ୱିଟ୍ !

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣଙ୍କ ଏକ ଟ୍ୱିଟ୍ ଏବେ ଚର୍ଚ୍ଚାରେ । ଓଡ଼ିଶାର ରାଜଧାନୀ ଫୁଟପାଥରେ କିପରି ଜଣେ ଅସହାୟ ବ୍ୟକ୍ତିଟିଏ ବୁଲା କୁକୁରଙ୍କୁ ସବୁଦିନ ଭୋଜନ ଦେଉଛନ୍ତି ତାକୁ ନେଇ ଫଟୋ ସହିତ ଟ୍ୱିଟ୍ କରିଛନ୍ତି ପୂର୍ବତନ କ୍ରିକେଟର୍ ଲକ୍ଷ୍ମଣ ।

ନିଜେ ଓଳିଏ ଖାଇବାକୁ ଫୁଟପାଥରେ ସାରା ରାଜଧାନୀ ବୁଲୁଥିବା କମଳ ଲୋଚନ ବଳିୟାରସିଂହଙ୍କ ସମ୍ପର୍କରେ ଲକ୍ଷ୍ମଣ ଏକ ମର୍ମସ୍ପର୍ଶୀ ତଥା ବେଦନାସିକ୍ତ କଥାଟିଏ ଲେଖିଛନ୍ତି, ଯାହାକି ଅନେକ ଏହାକୁ ପ୍ରଶଂସା କରିଛନ୍ତି । ରାସ୍ତାରେ ବୁଲି ବୁଲି ବିଭିନ୍ନ ଅଳିଆ ଆବର୍ଜନାରୁ ଅଇଁଠା ଖାଦ୍ୟ ସଂଗ୍ରହ କରିଥାଆନ୍ତି ଲକ୍ଷ୍ମଣ । ତେବେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସଂଗୃହିତ କରି ସେ ଅନେକ ବୁଲା କୁକୁରଙ୍କୁ ପରସି ଦେଇଥାଆନ୍ତି । ବୁଲା କୁକୁରମାନେ ସବୁଦିନ କମଳଙ୍କ ଆସିବା ବାଟକୁ ଅନେଇ ରହିଥାଆନ୍ତି । କମଳ ଆସିବା ମାତ୍ରେ ଅସହାୟ ବୁଲାକୁକୁରମାନଙ୍କ ଖୁସି ହୋଇଯାଇଥାଆନ୍ତି । ଝୁଲାରୁ ଖାଦ୍ୟ କାଢି ପେଟଭରି କୁକୁରଙ୍କୁ ଖୁଆଇଥାଆନ୍ତି କମଳ ।

ନିଜେ ଅସହାୟ ହୋଇ ଖାଦ୍ୟ ଲାଗି ବୁଲୁଥିବା ବେଳେ ଅନେକ କୁକୁରଙ୍କ ଭୋଜନ ସାଉଁଟିଥାଆନ୍ତି କମଳ ଲୋଚନ ।

ଏବେ ସୋସିଆଲ୍ ମିଡ଼ିଆରେ ଭିଭିଏସ ଲକ୍ଷ୍ମଣଙ୍କ ଏହି ପୋଷ୍ଟଟି ଭାଇରାଲ୍ ହେବାରେ ଲାଗିଛି । ପ୍ରତିଦିନ ଖାଦ୍ୟ ଅନ୍ୱେଷଣରେ ଥିବା ଅସହାୟ ବ୍ୟକ୍ତିଟିଏ ମଧ୍ୟ କିପରି ବେସାହାରା ବୁଲାକୁକୁରଙ୍କୁ ମଧ୍ୟ ପେଟପୁରା ଖାଇବାକୁ ଦେଇପାରୁଛନ୍ତି ତାହାକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ଲକ୍ଷ୍ମଣ ।

Leave A Reply

Your email address will not be published.