Latest Odisha News

BREAKING NEWS

ବର୍ଷିଲେ ବିଜୟ, କହିଲେ ନବ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିନି ବାସ୍ତବ ତଦନ୍ତ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିସହ ପ୍ରେସ୍ ଇସ୍ତାହାର ଜାରି କରି ଗୋପାଳ ବ୍ୟକ୍ତିଗତ ରାଗ ପାଇଁ ନବଙ୍କୁ ଗୁଳି କରିଥିବା ଓ ସେ ପାଗଳ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଛି । କ୍ରାଇମବ୍ରାଞ୍ଚର ଏଭଳି ତଥ୍ୟ ପରେ ହତ୍ୟା ରହସ୍ୟ ଉପରୁ ପରଦା ହଟିନାହିଁ । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

କ୍ରାଇମବ୍ରାଞ୍ଚ ଲମ୍ବା ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଅନୁଧ୍ୟାନ ଆବଶ୍ୟକ । କିନ୍ତୁ ପ୍ରେସ୍ ରିଲିଜରୁ ଜଣା ପଡ଼ୁଛି, ହାଇ ପ୍ରୋଫାଇଲ୍ ମର୍ଡରର ବାସ୍ତବ ତଦନ୍ତ ହୋଇ ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, କ୍ରାଇମବ୍ରାଞ୍ଚ କଭରଅପ୍ ବ୍ରାଞ୍ଚରେ ପରିଣତ ହୋଇଛି ।

ମର୍ଡରର ମୋଟିଭ୍ କ’ଣ ସେ ନେଇ ତଦନ୍ତ ହେଲା କି ନାହିଁ ଜଣା ନାହିଁ । ତେବେ ରାଜ୍ୟ ସରକାର ଏଫବିଆଇ ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖି ନଥିବା ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି, ପର୍ଯ୍ୟାୟକ୍ରମେ ବହୁତ୍ ଭୁଲ୍ ହୋଇଛି । ଗୋପାଳକୁ ପାଗଳ ବୋଲି କ୍ରାଇମବ୍ରାଞ୍ଚ ତ କହୁଥିଲା… ନିମହାନ୍ସ ନେବାକୁ । ତେବେ ଚାର୍ଜସିଟ୍ ଅଧ୍ୟୟନ କଲା ପରେ ଅଧିକ କିଛି କହି ହେବ ବୋଲି କହିଛନ୍ତି ବିଜୟ ।

ସେପଟେ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ୍ ଦେଇଛି ସେଥିରେ ଆହୁରି ଫର୍ମାଲିଟି ଅଛି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ତଦନ୍ତ ହେଉଛି । ସମ୍ପୂର୍ଣ୍ଣ ତଥ୍ୟ ଆସିଲା ପରେ କିଛି କହି ହେବ । ତେବେ ଏଫବିଆଇ ତଦନ୍ତ ନେଇ କେନ୍ଦ୍ରକୁ ଚିଠି ପ୍ରସଙ୍ଗରେ ମନ୍ତ୍ରୀ ମୁହଁ ଖୋଲି ନାହାନ୍ତି ।

Leave A Reply

Your email address will not be published.