Latest Odisha News

BREAKING NEWS

ଓ୍ବାଡେନ ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣା: ତଦନ୍ତ ପାଇଁ ରାୟଗଡାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍

ରାୟଗଡା : ରାୟଗଡାରେ ଓ୍ବାଡେନ ଲକ୍ଷ୍ମୀ ମାଝି ଙ୍କ ମୃତ୍ୟୁ କାରଣ ସମ୍ପର୍କରେ ଜାରି ରହିଛି ଛାନଭିନ୍  । ତଦନ୍ତ ପାଇଁ ରାୟଗଡାରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍  । ସେମାନେ ଚନ୍ଦ୍ରପୁରର ମା ଗୃହକୁ ଯାଇ ତଦନ୍ତ କରିବା ନେଇ ସୂଚନା ରହିଛି । ଗତ ୨୧ ତାରିଖରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲ ପରିସରେ ଥିବା ମା ଗୃହ ଭିତରେ ଲକ୍ଷ୍ମୀଙ୍କ ଦରପୋଡା ମର ଶରୀର ଉଦ୍ଧାର ହୋଇଥିଲା  ।

ମୃତକ ଲକ୍ଷ୍ମୀ ମାଝି ୫ ବର୍ଷ ହେବା ଆଲିସା ନାମକ ସ୍ବେଚ୍ଛସେବୀ ସଂସ୍ଥା ଦ୍ବାରା ନିଯୁକ୍ତ ହୋଇ ଚନ୍ଦ୍ରପୁର ମାଆ ଗୃହରେ ଓ୍ବାଡେନ୍ ଭାବରେ କାର୍ଯ୍ୟରତ ଥିଲେ ।  ମୃତକ ଜଣକ ଦିବ୍ୟାଙ୍ଗ ଥିଲେ ଏବଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀକୁ ଗିରଫ କରିବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା ।  ସକାଳ ୬ଟା ରୁ  ରାୟଗଡା ସହରର କପିଳାସ ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା ।

Leave A Reply

Your email address will not be published.