Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ରୁଷିଆକୁ ୪-୩ରେ ପରାସ୍ତ କରି କ୍ରୋଏସିଆ ସେମିଫାଇନାଲରେ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ପରାସ୍ତ ହୋଇଛି ।


ପଡ଼ୋଶୀ କ୍ରୋଏସିଆ ସେମିଫାଇନାଲକୁ ପ୍ରବେଶ କରି ବିଶ୍ୱକପ ଇତିହାସରେ ଏକ ଇତିହାସ ସୃଷ୍ଟି କରିଛି । ସେମିଫାଇନାଲରେ କ୍ରୋଏସିଆ ଦଳ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ ।

ରୁଷିଆ-କ୍ରୋଏସିଆ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳ ସମାପ୍ତ ପର୍ଯ୍ୟନ୍ତ ୨-୨ ଗୋଲରେ ରହି ଡ୍ର ହୋଇଥିଲା ।

ତେବେ ପେନାଲ୍ଟି ସୁଟଆଉଟରେ କ୍ରୋଏସିଆ ଦଳ ୪-୩ ଗୋଲ ବ୍ୟବଧାନରେ ରୁଷିଆକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ।

ମ୍ୟାଚ ଜିତି ସେମିଫାଇନାଲକୁ ପ୍ରବେଶ କରିବା ପରେ ଷ୍ଟାଡ଼ିୟମରେ ଉପସ୍ଥିତ କ୍ରୋଏସିଆ ଫ୍ୟାନମାନେ ଆନନ୍ଦ ଉତ୍ସବ ପାଳନ କରିଥିବାର ଦେଖାଯାଇଥିଲା ।

Leave A Reply

Your email address will not be published.