Latest Odisha News

BREAKING NEWS

ଆଲିଆ ଭଟ୍ଟ-ରଣବୀର କପୁରଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ସୁଟିଂ ଚାଲିଛି, ଦୁହିଁଙ୍କ ଗୁପଚୁପ ପ୍ରେମ କାହାଣୀ ଗୁମର ଫିଟୁଛି…

ମୁମ୍ବାଇ : ବଲିଉଡ଼ର ଭେରୀ ଭେରୀ କୁଲ୍ ଓ ଟାଲେଣ୍ଟେଡ୍ ଆକ୍ଟର ହେଲେ ରଣବୀର କପୁର । ତାଙ୍କର ଏହି କୁଲ୍ କୁଲ୍ ମିଜାଜ୍ ଲାଗି ସେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ଅନ୍ଦାଜ ସୃଷ୍ଟି କରିପାରିଛନ୍ତି ।

ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡ଼ ଡ଼େବ୍ୟୁ କରିଥିବା ରଣବୀର ବର୍ତ୍ତମାନ ଇଣ୍ଡଷ୍ଟ୍ରିର ଜଣେ ଭାଲ୍ୟୁଏବଲ୍ ଅଭିନେତା । ରଣବୀରଙ୍କର ଏହି ଭିନ୍ନ ଅନ୍ଦାଜ ଲାଗି ତାଙ୍କର ଶହଶହ ଫ୍ୟାନ ତାଙ୍କ ଲାଗି ପାଗଳ । ତେବେ ଅଭିନେତ୍ରୀ ଆଲିଆଙ୍କ ସହିତ ତାଙ୍କର ଗୁପଚୁପ ରିଲେସନସିପ କାହାକୁ ଅଛପା ନୁହେଁ ।

ବଲିିଉଡ଼ର ସବୁଠୁ କ୍ୟୁଟ୍ ଓ ଲାଜକୁଳୀ ନାୟିକା ଆଲିଆଙ୍କୁ ନେଇ ରଣବୀର ଏବେ ଚର୍ଚ୍ଚାରେ । ଦୁହେଁ ଦୁହିଁଙ୍କୁ ଡ଼େଟିଂ ପାଇଁ ସମୟ ଦେଉଥିବା ଗୁମର ଧିରେ ଧିରେ ଫିଟିବାରେ ଲାଗିଛି ।

ଆଲିଆଙ୍କୁ ନେଇ ତାଙ୍କୁ ଯେବେ ପ୍ରଶ୍ନ ପଚରାଗଲା ସେ କିନ୍ତୁ ସୁନ୍ଦର ଭାବେ ଉତ୍ତର ଦେଇ ଏହି ପ୍ରସଙ୍ଗରୁ ଖସିଯିବାକୁ ଚେଷ୍ଟା କରିଥିଲେ । ରଣବୀରଙ୍କୁ ପଚରାଗଲା – “ରଣବୀର ତମେ ସିଙ୍ଗିଲ କି ନୁହେଁ?” ଏହାର ଜବାବରେ ରଣବୀର ସାମ୍ବାଦିକ ମାନଙ୍କୁ କହିଲେ – “ମୁଁ କେବେ ବି ସିଙ୍ଗଲ ହୋଇପାରିବିନି ।”

ତାପରେ ଅନ୍ୟ ଏକ ପ୍ରଶ୍ନର ଉତ୍ତର କିନ୍ତୁ ମଜାଦାର ଥିଲା – “ରଣବୀର ତମେ କ’ଣ ଆଲିଆଙ୍କୁ ଡ଼େଟିଂ କରୁଛ”? ଏହାର ଜବାବରେ ରଣବୀର କହିଲେ – “ମୁଁ ଏହାର ଉତ୍ତର ଦେବାକୁ ରାଜି ନୁହେଁ, କାରଣ ଏହି ଉତ୍ତର ଶୁଣିଲେ ସେ ଖୁବ୍ ଖପ୍ପା ହୋଇଯିବେ !”

କଥାହେଲା ଏବେ ରଣବୀର କପୁର ଆଲିଆଙ୍କ ସହିତ “ବ୍ରହ୍ମାସ୍ତ୍ର” ଫିଲ୍ମ ଲାଗି ଖୁବ ବ୍ୟସ୍ତ ରହୁଛନ୍ତି । ସୁଟିଂ ସେଟରେ ଆଲିଆ ଓ ରଣବୀରଙ୍କୁ ସୁଯୋଗ ମିଳିଲା ମାତ୍ରେ ହିଁ ଦୁହେଁ ଏକୁଟିଆ ମନଭରି ଗପୁଛନ୍ତି ତ ବୁଲାବୁଲି କରିବାର ସୁଯୋଗକୁ ହାତଛଡ଼ା କରୁନାହାନ୍ତି ଦୁହେଁ ।

ଏହି ଫିଲ୍ମରେ ବଲିଉଡ଼ର ଭିଷ୍ମପିତାମହ ଅମିତାଭ ବଚ୍ଚନ ମଧ୍ୟ ଆକ୍ଟିଂ କରୁଛନ୍ତି । ଅଭିନୟରେ ଅମିତାଭ ଆଲିଆ-ରଣବୀରଙ୍କ୍ୁ ବେଶ୍ ସାହାଯ୍ୟ କରୁଥିବା ମଧ୍ୟ ଦେଖାଯାଉଛି ।

ତେବେ ଯାହାବି ହେଉ ସିନେମା ‘ବ୍ରହ୍ମାସ୍ତ୍ର’ ସଫଳ ହେବା ସହିତ ଆଲିଆ-ରଣବୀରଙ୍କ ପ୍ରେମ କାହାଣୀ ଆଗକୁ ଜବରଦସ୍ତ ହିଟ୍ ହେବ ବୋଲି ଅଗଣିତ ଫ୍ୟାନମାନେ ଆଶା ରଖିଛନ୍ତି ।
Leave A Reply

Your email address will not be published.