Latest Odisha News

BREAKING NEWS

ଲାଲଚୌକରେ ଆତଙ୍କବାଦୀ ଆକ୍ରମଣ: ଜଣେ ସିଆରପିଏଫ ଯବାନ ଶହୀଦ

ଶ୍ରୀନଗର: ଶ୍ରୀନଗରର ଲାଲଚୌକରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି କରାଯାଇଥିଲା । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୋଲିସ ଏବଂ ସୁରକ୍ଷାକର୍ମର ଘଟଣାସ୍ଥଳରେ ପଂହଚି ସମ୍ପୂର୍ଣ୍ଣ ଅଂଚଳକୁ ଘେରାବନ୍ଦୀ କରିଛ ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ପୂର୍ବରୁ ଘାଟିରେ ୨ ଜଣ ବାହାର ବାସିନ୍ଦାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । କିଛି ଦିନ ଧରି ନୀରବ ରହିଥିବା ଆତଙ୍କବାଦୀମାନେ ପୁନର୍ବାର ଘାଟିରେ ସକ୍ରିୟ ହେଉଥିବାରୁ ସୁରକ୍ଷାକର୍ମୀ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରିଛନ୍ତି ।

Leave A Reply

Your email address will not be published.