Latest Odisha News

BREAKING NEWS

ମୋ ବସ୍ ସେବା ପାଇଁ କ୍ରୁଟକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ରାଜ୍ୟରେ ମୋ ବସ୍ ସେବା ପାଇଁକ୍ରୁଟକୁ ପୁଣି ଥରେ ମିଳିଛି ଜାତୀୟ ପୁରସ୍କାର । ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ କ୍ରୁଟକୁ ମିଳିଛି ଏହି ପୁରସ୍କାର । ଗତ ବର୍ଷେ ଭିତରେ ଏହି କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛି କ୍ରୁଟ୍ । ଉଲ୍ଲେଖନୀୟ ସଫଳତା ପାଇଁ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀରେ କ୍ରୁଟକୁ ପୁରସ୍କୃତ କରାଯାଇଛି ।

ଦିଲ୍ଲୀ ସୁଷମା ସ୍ୱରାଜ ଭବନରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ଏବଂ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ କ୍ରୁଟ୍ ଜେନେରାଲ୍ ମ୍ୟାନେଜର ଦୀପ୍ତି ମହାପାତ୍ର । ଏହି ଅବସରରେ ଦୀପ୍ତି ମହାପାତ୍ର କୋଭିଡ୍ ସମୟରେ ଦୁଇ ବର୍ଷ କିଭଳି ମୋ ବସ୍ ଲୋକଙ୍କୁ ସେବା ଯୋଗାଇଛି ସେବାବଦରେ କହିଥିଲେ ।
କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୟୁଏମଆଇ ସମ୍ମିଳନୀରେ ଲଗାତାର ତିନିବର୍ଷ କ୍ରୁଟକୁ ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଛି । ଚଳିତବର୍ଷ ୟୁଏମଆଇ ପକ୍ଷରୁ ‘ଆୱାର୍ଡ ଫର୍ ଏକ୍ସିଲେନ୍ସି ଇନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’ ସମ୍ମାନ ମିଳିଥିବାବେଳେ ଏସପିଭି କାଟାଗୋରୀରେ ‘ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ-୨୦୨୧ ମିଳିଛି ।

ସେହିପରି ୨୦୨୦ ରେ କୋଭିଡ୍-୧୯ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ନିଆଯାଇଥିବା ଅଭିନବ ପଦକ୍ଷେପ ପାଇଁ ପୁରସ୍କାର ଓ ୨୦୧୯ ରେ ‘ବେଷ୍ଟ ସିଟି ବସ୍ ସର୍ଭିସ ପ୍ରୋଜେକ୍ଟ’ ସମ୍ମାନରେ କ୍ରୁଟକୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.