Latest Odisha News

ସଂସ୍କୃତି ଓ ଐତିହ୍ୟ, ରାଜ୍ୟର କୋମଳ ଶକ୍ତି, ଗ୍ରହଣଶୀଳତା ଓଡ଼ିଆ ସଂସ୍କୃତିର ମୂଳମନ୍ତ୍ର

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରକୋଷ୍ଠରେ ଆଜି ଆୟୋଜିତ ଅଧିବେଶନରେ ‘ସଂସ୍କୃତି ଏବଂ ଐତିହ୍ୟ : ରାଜ୍ୟର କୋମଳ ଶକ୍ତି ପ୍ରସଙ୍ଗ ଉପରେ ହକି କ୍ରୀଡ଼ାବିତ୍ ତଥା ହଳି ଇଣ୍ଡିଆର ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଟୁଟୁ ପଟ୍ଟନାୟକ, ଜାଭିୟର୍ ବିଶ୍ୱବିଦ୍ୟାଳୟର ଡିନ୍ ଡ. କାଜ୍‌ରୀ ମିଶ୍ର, ଓଡ଼ିଶୀ ନୃତ୍ୟଗୁରୁ, ଗବେଷିକା ଭଲିଆନା ସିତାରିସ୍ତି ପ୍ରମୁଖ ଆଲୋଚନରେ ଭାଗ ନେଇଥିଲେ ।

ଓଡ଼ିଶାର ସାଂସ୍କୃତିକ ବିଭବ, କଳା, ଭାସ୍କର୍ଯ୍ୟ, ମନ୍ଦିର ଓ କୀର୍ତିରାଜି, ନୃତ୍ୟ-ସଂଗୀତ, ହସ୍ତଶିଳ୍ପ ଏବଂ ସ୍ଵଦେଶୀ କ୍ରୀଡ଼ାକୌଶଳ ଇତ୍ୟାଦି ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସମୃଦ୍ଧ ଉପାଦାନ । ପ୍ରତ୍ୟେକ ଓଡ଼ିଆ ନିଜର ମୂଲ୍ୟ ଓ ସାଂସ୍କୃତିକ ଅଭିବ୍ୟକ୍ତି ବଳରେ ଓଡ଼ିଶାକୁ ସମୃଦ୍ଧ କରିପାରିବେ । ଗ୍ରହଣଶୀଳତା ଓଡ଼ିଆ ସଂସ୍କୃତିର ମୂଳମନ୍ତ୍ର । ଆମ ରାଜ୍ୟର କ୍ରୀଡ଼ା ଭିରିଭୂମି ଓ କୋଚିଂର ବିକାଶ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଆକୃଷ୍ଟ କରିଛି । ଓଡ଼ିଶାର ଯୁବପିଢ଼ି କ୍ରୀଡ଼ାକୁ ଲକ୍ଷ୍ୟ ଭାବରେ ଗ୍ରହଣ କରିବା ସହିତ ଓଡ଼ିଶାର ପରିଚୟକୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରୁଛନ୍ତି ।ଓଡ଼ିଆ ସଂସ୍କୃତିର ଗ୍ରହଣଶୀଳତା ଯୋଗୁଁ ସାମାଜିକ-ଧାର୍ମିକ –ସାଂସ୍କୃତିକ ଉପାଦାନଗୁଡ଼ିକ ଆମ ଜୀବନଧାରାକୁ ଋଦ୍ଧିମନ୍ତ କରିଛି । ବିଶ୍ୱର ଅନେକ ଦେଶରେ ଓଡ଼ିଆ ପୁଅର କଳାକୃତି ପହ‌ଞ୍ଚିପାରିଛି । ଶ ଗଠନରେ ଓଡ଼ିଶାର ଅବଦାନ ଗୁରୁତ୍ଵପୂର୍ଣ୍ଣ ରହିଥିବାବେଳେ ଏପରି ସମାବେଶ ଆମ ସଭ୍ୟତାର ଗୁଣବତ୍ତାକୁ ସମଗ୍ର ବିଶ୍ଵରେ ପ୍ରଚାରିତ କରିବାରେ ସହାୟକ ହେବ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ ।

ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା କନକଲତା ମହାପାତ୍ର ଆଲୋଚନା ସଭାରେ ସଂଯୋଜନା କରିଥିବାବେଳେ ତୁଳସୀପୁର ସ୍ଥିତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସନ୍ଦୀପା ଶୁଭଦର୍ଶିନୀ ସାହୁ ବକ୍ତବ୍ୟ ରଖୁଥିଲେ । ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଅତିଥି ବକ୍ତାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.