Latest Odisha News

BREAKING NEWS

କଟକରେ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ ନିର୍ମାଣ ପାଇଁ ସିଏମସି ଆରମ୍ଭ କଲା ଉଚ୍ଛେଦ ପ୍ରକ୍ରିୟା

କଟକ : ମଙ୍ଗଳବାର ସହରର ଖାନନଗରରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ବସ୍ତି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଫଳରେ ୪୨ଟି ଅସ୍ଥାୟୀ ଘର ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ଅଭିଯାନର ଉଦ୍ଦେଶ୍ୟ ହେଉଛି ନେତାଜୀ ବସ୍ ଟର୍ମିନାଲରୁ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ ନିର୍ମାଣ କରିବା, ଯାହା ଦ୍ୱାରା ଯାତ୍ରୀମାନେ ବହୁ ମାତ୍ରାରେ ଉପକୃତ ହେବେ।

ପ୍ରସ୍ତାବିତ ରାସ୍ତା ପାଶ୍ୱର୍ରେ ଏକ ବଡ଼ ବସ୍ତି ରହିଥିବାରୁ ସିଏମସି ପକ୍ଷରୁ ପୁଲିସ ସହଯୋଗରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସିଏମସି ପକ୍ଷରୁ ପୂର୍ବରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚ୍ଛେଦ ସମ୍ପର୍କରେ ସୂଚନା ଦିଆଯିବା ସହ ସେମାନଙ୍କୁ ସହରର ଏକ ଭିନ୍ନ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି ବୋଲି ଘୋଷଣା କରାଯାଇଥିଲା।

ସିଏମସିର ଡେପୁଟି କମିସନର ଅଜୟ କୁମାର ମହାନ୍ତି କହିଛନ୍ତି ଯେ, ଉଚ୍ଛେଦ ହୋଇଥିବା ୪୨ଟି ପରିବାରକୁ ପ୍ରଥମେ ବ୍ରଜବିହାରୀପୁର ପ୍ରାଥମିକ ବିଦ୍ୟାଳୟରେ ୭ ଦିନ ପାଇଁ ଅସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ସହର ମଧ୍ୟରେ ଧବଳେଶ୍ୱରଗଡା ନିକଟରେ ଥଇଥାନ କରାଯିବ। ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

Leave A Reply

Your email address will not be published.