Latest Odisha News

BREAKING NEWS

କଟକରେ ଆସନ୍ତାକାଲିଠୁ ସବୁ ବର୍ଗଙ୍କ ଲାଗି ୱାକ୍‌ ଇନ୍‌ କୋଭିଡ୍‌ ଟିକାକରଣ ଆରମ୍ଭ

କଟକ: ସହରର ସମସ୍ତ ବୟସ ବର୍ଗଙ୍କ ପାଇଁ ୱାକ-ଇନ୍ କୋଭିଡ୍‌-୧୯ ଟିକାକରଣ ଘୋଷଣା କରିଛି ସିଏମ୍‌ସି।

ଜୁଲାଇ ୫ ତାରିଖରେ, ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ପ୍ରଥମ ଟିକା ଗ୍ରହଣ କରିପାରିବେ। ଏହି ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ଦେଇପାରିବେ।

ସେହିଭଳି, ୪୫ରୁ ଅଧିକ ବୟସ ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ନେଇପାରିବେ।

ଦ୍ୱିତୀୟ ଡୋଜ୍ ନେଉଥିବା ବ୍ୟକ୍ତି ପ୍ରଥମ ଡୋଜ ପାଇବାର ୮୪ ଦିନ ଟିକା ନେଇପାରିବେ।

୪୫ରୁ ଅଧିକ ବୟସ୍କଙ୍କ ଲାଗି ଦ୍ୱିତୀୟ ଡୋଜ୍ ୱାକ-ଇନ୍ ଟିକାକରଣ ପାଇଁ ଅତିରିକ୍ତ କେନ୍ଦ୍ରଗୁଡ଼ିକ UCHCs ଚାଉଳିଆଗଞ୍ଜ ଏବଂ ସିଡିଏ ଏବଂ ଏସ୍‌ସିବି ଏମ୍‌ସିଏଚ୍‌ ରେ ସ୍ଥାପନ କରାଯିବ। ଲୋକମାନେ ସକାଳ ୯ ଟାରୁ ୧ ଟା ଏବଂ ୩ ଟା ରୁ ୬ ଟା ପର୍ଯ୍ୟନ୍ତ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ।

Leave A Reply

Your email address will not be published.