Latest Odisha News

BREAKING NEWS

ଆସନ୍ତା ଦୁଇଦିନ ଏହି ୩ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଓଡ଼ିଶାର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସାମୁଦ୍ରିକ ଝଡ଼ ବୁଲବଲର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେଉଁ ୩ଟି ଜିଲ୍ଲାର ସ୍କୁଲ ଗୁଡ଼ିକୁ ୮ ଓ ୯ ତାରିଖ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ସେହିସବୁ ଜିଲ୍ଲାଗୁଡ଼ିକ ହେଲା – କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲା ।

ତେଣୁ କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଜିଲ୍ଲାପାଳମାନେ ଆଜି ନିଜ ନିଜ ଜିଲ୍ଲାରେ ସମସ୍ତ ସ୍କୁଲଗୁଡ଼ିକୁ ୮ ଓ ୯ ତାରିଖ ଦିନ ବନ୍ଦ ରଖିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପ୍ରଶାସନ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ୍ କରିଛନ୍ତି ।

ଏହାବ୍ୟତୀତ, ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ୮ ଓ ୯ ତାରିଖ ଦିନ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟରେ ନଭେମ୍ବର ୧୦ ତାରିଖରେ କଟକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡ଼ି ସୂଚନା ପ୍ରଦାନ କରିଛନ୍ତି । ସେହିପରି ଭାବେ ଏହି ଦିନ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର କେତେକାଂଶରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଆଇଏମଡ଼ିର ସଦ୍ୟତମ ସୂଚନାନୁଯାୟୀ, ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିବାର ସମ୍ଭାବନା ରହିଛି । ଏହା ମଧ୍ୟ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗ ବୃଦ୍ଧି ହେବାର ଆଶଙ୍କା ରହିଛି । ତେବେ ୯ ତାରିଖ ଦିନ ଏହା ବୃଦ୍ଧି ପାଇ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । କ୍ରମେ ଏହା ବୃଦ୍ଧି ପ୍ରାପ୍ତ ହୋଇ ୯୦ କିମି ବେଗରେ ପବନ ବହିବ ବୋଲି ସୂଚନା ହସ୍ତଗତ ହୋଇଛି । ୯ ତାରିଖ ଦିନ ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଏହି ପବନ ବହିବାର ସମ୍ଭାବନା ରହିଛି । ତେବେ ନଭେମ୍ବର ୧୦ ତାରିଖ ବେଳକୁ ପବନର ବେଗ ହ୍ରାସ ପାଇବ ବୋଲି ଆଇଏମଡ଼ି ସତର୍କ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.