Latest Odisha News

ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଚେକ୍ ଗଣରାଜ୍ୟର ପ୍ଲାଜେନଠାରେ ଅନୁଷ୍ଠିତ ହେଉଥିବା ୫୦ ତମ ଲିବେରେସନ ସୁଟିଂ ପ୍ରତିଯୋଗିତାର ମିକ୍ସଡ଼ ଡ଼ବଲ୍ସ ବିଭାଗରେ ବୁଧବାର ଦିନ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ମହିଳା ସୁଟର୍ ଶ୍ରୀୟଙ୍କା ୧୦ ମିଟର୍ ଏୟାର୍ ରାଇଫଲ ବିଭାଗ ମିକ୍ସଡ଼ ଡବଲ୍ସ ବର୍ଗରେ ଗଗନ ନାରଙ୍ଗଙ୍କ ସହିତ ମିଶି ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି ।

ଏହି ପ୍ରତିଯୋଗିତାର ୫୦ ମିଟର ମିକ୍ସଡ଼ ଡ଼ବଲ୍ସ ବିଭାଗରେ ମଧ୍ୟ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରତୀୟ ସୁଟର୍ ଗଗନ ନାରଙ୍ଗଙ୍କ ସହିତ ମିଶି ଏକ ରୌପ୍ୟ ପଦକ ହାସଲ କରିଥିଲେ ଶ୍ରୀୟଙ୍କା ।

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ଏହି ସଫଳତାରେ ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀମାନେ ଆନନ୍ଦ ଅନୁଭବ କରିଛନ୍ତି ।

Leave A Reply

Your email address will not be published.