Latest Odisha News

BREAKING NEWS

ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ; ଜଣେ ମୃତ, ୧୦ ଆହତ

ସମ୍ବଲପୁର: ବିଜୟା ଦଶମୀରେ ଅଘଟଣ। ସମ୍ବଲପୁର ଜିଲ୍ଲା ଧମା ଥାନା ଗ୍ରୀଣ୍ଡଲାପାଲିଠାରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଅଟୋ ଗଛକୁ ଧକ୍କା ଦେଇ ଓଲଟିପଡିଲା। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ରହିଛି। ମୃତକ ଓ ଆହତମାନେ ଭେଡେନ ଥାନା ଦେଶଭଟଲି ଓ ବିଶିପାଲି ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁସାରେ ଅଟୋରେ ଥିବା ସମସ୍ତ ଯାତ୍ରୀ ହୁମା ଧାଡି ଯାତ୍ରା ଦେଖିବାକୁ ଆସୁଥିଲେ। ଗ୍ରୀଣ୍ଡଲାପାଲିଠାରେ ଅଟୋଟି ଭାରସାମ୍ୟ ହରାଇ ଏକ ଗଛ ସହ ଧକ୍କା ହୋଇ ଓଲଟିପଡିଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବୁର୍ଲା ମେଡିକାଳରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଅଟୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.